Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କେରଳ ଲକଡାଉନ : କାଲିଠୁ ୯ଜୁନ ଯାଏଁ ଲାଗିଲା ନୂଆ ପ୍ରତିବନ୍ଧକ

4/06/2021 at 2:36 PM

କେରଳ ୦୪/୬ : ବର୍ତ୍ତମାନ କେରଳରେ କରୋନା ଭୂତାଣୁର ମାତ୍ରା ଧୀରେ ଧୀରେ କମୁଛି । ଫଳରେ ରାଜ୍ୟ ସରକାର ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ କିଛିଟା କୋହଳ କରିଛନ୍ତି । ଜୁନ୍ ୫ ରୁ ୯ ପର୍ଯ୍ୟନ୍ତ ଲାଗୁ ହୋଇଥିବା ନୂତନ ପ୍ରତିବନ୍ଧକ ଅନୁଯାୟୀ, ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ବର୍ତ୍ତମାନ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି ।

ଶୁକ୍ରବାର ଠାରୁ ସକାଳ ୯ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ । ତେବେ ଶନିବାର ଠାରୁ ବୁଧବାର ପର୍ଯ୍ୟନ୍ତ ସେମାନେ ବନ୍ଦ ରହିବେ । ଏହା ବ୍ୟତୀତ କେବଳ ନିର୍ଦ୍ଦିଷ୍ଟ ଦ୍ରବ୍ୟ, ଶିଳ୍ପ ପ୍ରତିଷ୍ଠାନ ପାଇଁ ସାମଗ୍ରୀ ଏବଂ ନିର୍ମାଣ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡ଼ିକୁ ସେହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଖୋଲିବାକୁ ଅନୁମତି ଦିଆଯିବ । ଗତ ଦୁଇ ସପ୍ତାହ ଧରି ରାଜ୍ୟରେ ଟେଷ୍ଟିଂ ପଜିଟିଭିଟି ହାରକୁ ନେଇ କେରଳ ସରକାର ଚିନ୍ତିତ ଅଛନ୍ତି ।

ଗୁରୁବାର ଦିନ କେରଳରେ ୧୮,୮୫୩ ଟି ନୂଆ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ରାଜ୍ୟରେ ଏବେ ଭୂତାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୫.୫୪ ଲକ୍ଷକୁ ଆସିଛି । ଏହି ରୋଗରେ ରାଜ୍ୟରେ ୧୫୩ ଜଣଙ୍କ ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା ୯,୩୭୫କୁ ବୃଦ୍ଧି ପାଇଛି ।

   Related Posts