ବିନା ଔଷଧରେ ଭଲ ହୋଇଛନ୍ତି କେରଳର କରୋନା ସଂକ୍ରମିତ, ବୈଜ୍ଞାନିକଙ୍କ ଦାବି

Published By : Prameya-News7 Bureau | March 08, 2020 IST

ଥିରୁବନ୍ତପୁରମ, ୦୮|୦୩: ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହି ଭାଇରସ ଏବେ ସୁଧା ୩୩୦୦ରୁ ଅଧିକ ଜଣଙ୍କ ଜୀବନ ନେଇସାରିଲାଣି। ବିଶ୍ୱରେ ମୋଟ ୧ ଲକ୍ଷରୁ ଅଧିକ ଏଥିରେ ଆକ୍ରାନ୍ତ ହୋଇସାରିଲେଣି। ଭାରତକୁ ମଧ୍ୟ ଏହି ମାରାତ୍ମାକ ଭାଇରସ ଗ୍ରାସ କରିବାରେ ଲାଗିଛି। ଭାରତରେ ମୋଟ ୩୯ଟି ମାମଲା ସାମ୍ନାକୁ ଆସିଛି।

{"id":234890,"width":753,"height":447,"sizeSlug":"large"}

ଏହା ମଧ୍ୟରେ କେରଳର ତିନିଜଣ ସଂକ୍ରମିତ ବିନା ଔଷଧରେ ଭଲ ହୋଇଥିବା ଦାବି କରାଯାଉଛି। ଭାରତରେ ଏଚଆଇଭି ଓ  ଏଡସ୍ ପାଇଁ ଦିଆଯାଉଥିବା ଔଷଧରେ ଚିକିତ୍ସା କରାଯାଉଥିବା ଇଣ୍ଡିଆନ କାଉନସେଲିଂ ଅଫ ମେଡିକାଲ ରିସର୍ଚ୍ଚର ଜଣେ ବୈଜ୍ଞାନିକ ନିଜ ନାମ ପ୍ରକାଶ ନକରି କହିଛନ୍ତି।

{"id":234891,"width":745,"height":507,"sizeSlug":"large"}

ସେ ଆହୁରି କହିଛନ୍ତି ଯେ,  ଚୀନରେ ଏଚଆଇଭି ପ୍ରତିରୋଧୀ ଲୋପିନବୀର ଓ ରିଟୋନବୀରକୁ ମିଳିତ ଭାବେ କରୋନା ରୋଗୀଙ୍କୁ ଦିଆଯାଉଛି। ଯାହା ଭାରତରେ ବ୍ୟବହାର ହୋଇନାହିଁ। କିନ୍ତୁ ଏହା ସମସ୍ତ ମାମଲାରେ ଶତପ୍ରତିଶତ କାମ କରିବ ବୋଲି ମାନେ ନାହିଁ। ଭାରତରେ ଅନ୍ୟ କିଛି ଔଷଧକୁ ବିକଶିତ କରାଯାଉଛି। ଯାହାର ଅଣୁ ଭାଇରସକୁ ସାମ୍ନା କରିବ। ଭାରତର ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ପରିସ୍ଥିତିର ଗୁରୁତ୍ୱକୁ ଦେଖି ଏପରି ଔଷଧ ବ୍ୟବହାର କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ଏହାକୁ ଦୈନିକ ୪୦୦ ଏମଜି ଭାବେ ୧୪ ଦିନ ଯାଏଁ ରୋଗୀଙ୍କୁ ଦିଆଯାଏ। କିନ୍ତୁ ଏହାକୁ ଭାରତରେ ଏବେସୁଦ୍ଧା କାହାକୁ ଦିଆଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.