Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଅନୀଲ ସାମଲଙ୍କୁ ଉତ୍ତରାଞ୍ଚଳ ଆରଡିସି(“ସମ୍ବଲପୁର) ଦାୟିତ୍ଵ
  • ||
  • ଫରେଷ୍ଟ ଗାର୍ଡଙ୍କୁ ୫ ବର୍ଷ ଜେଲ, ଫୁଲଵାଣୀ ଭିଜିଲାନ୍ସ କୋର୍ଟର ଦଣ୍ଡାଦେଶ
  • ||
  • ଗ୍ରାମୀଣ ଡାକସେବାରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ, ପୋଷ୍ଟ ମାଷ୍ଟର ଗିରଫ
  • ||
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଏମିତି ବି ଆସେ ମୃତ୍ୟୁ : ଝିଅ ବାହାଘର ଦିନ ଗୀତ ଗାଉଥିବାବେଳେ ବାପାଙ୍କ ମୃତ୍ୟୁ

30/05/2019 at 4:20 PM

ମୃତ୍ୟୁ ଜୀବନର ଶେଷ ସତ୍ୟ । ଏହା ଏମିତି ଏକ ସତ୍ୟ ଯାହାକୁ ଆଜି ପର୍ଯ୍ୟନ୍ତ କିଏ ମିଛ ବୋଲି ପ୍ରମାଣିତ କରିପାରିନାହିଁ । କିନ୍ତୁ ମୃତ୍ୟୁ କେତେବେଳେ, କେଉଁ ରୂପରେ, କେଉଁଠି ଆସିବ ତାହା କେହି ମଧ୍ୟ କହିପାରିନଥାନ୍ତି । ବେଳେବେଳେ ଏମିତି ହଠାତ ମୃତ୍ୟୁ ଆସେ ଯେ ଲୋକେ ଆଶ୍ଚର୍ଯ୍ୟ ହୋଇଯାନ୍ତି । କିଏ କଥା ହେଲାବେଳେ ପ୍ରାଣ ହରାଇଥାଏ ତା ପୁଣି କିଏ ଶୋଇଥିବା ଅବସ୍ଥାରେ ।  ବେଳେବେ ଗୀତ ଗାଉଥିବା ସମୟରେ ମଧ୍ୟ ଅଚାନକ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯାଇଥଏ । ଯାହାଫଳରେ ମନୁଷ୍ୟର ମୃତ୍ୟୁ ହୋଇଥାଏ ।

ଏମିତି ଏକ ଘଟଣା ଘଟିଛି କେରଳ କୋଲ୍ଲମ ଠାରେ । ଜଣେ ବାପା ନିଜ ଝିଅର ବାହାଘରରେ ନିଜେ ଗୀତ ଗାଉଥିଲେ । ମାଲାୟାଲମ ଫିଲ୍ମର ଗୀତରେ ଝିଅ ବାହାଘରର ଖୁସି ଓ ଝିଅ ଚାଲିଯିବାର ଦୁଃଖ ସ୍ପଷ୍ଟ ବାରି ହୋଇପଡୁଥାଏ । ବାହାଘର ସମାରୋହରେ ଉପସ୍ଥିତ ଥିବା ଅତିଥି ମଧ୍ୟ ମନ ଦେଇ ଗୀତ ଶୁଣୁଥିଲେ । ଗୀତ ଗାଉଥିବା ସମୟରେ ହଠାତ ସେ ମଣ୍ଡପ ଉପରେ ପଡିଗଲେ । ପଡ଼ିବାର କିଛି କ୍ଷଣ ପୂର୍ବରୁ ତାଙ୍କ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇସାରିଥିଲା । ଯେତେବେଳେ ସେ ପଡିଗଲେ ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୫୫ ବର୍ଷ ବୟସ୍କ ବିଷ୍ଣୁ ପ୍ରସାଦଙ୍କୁ ହୃଦଘାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ବାହାଘର ବନ୍ଦ ହୋଇନଥିଲା । ବିବାହ ରୀତିନୀତି ଜାରି ରହିଥିଲା । କିଛି ଘର ଲୋକେ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ । ଆଉ କିଛି ଘର ଲୋକ ବିବାହରେ ଉପସ୍ଥିତ ଥିଲେ । ବହୁ ପୂର୍ବରୁ ବିଷ୍ଣୁ ପ୍ରସାଦ ନିଜ ଝିଅ ବାହାଘର ଦେଖିବାକୁ ଚାହୁଁଥିଲେ । କିନ୍ତୁ ସେ ନିଜେ ହିଁ ଦୁନିଆରେ ରହିଲେ ନାହିଁ ।

ହସ୍ପିଟାଲ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯେଉଁ ଘରଲୋକମାନେ ତାଙ୍କୁ ନେଇ ହସ୍ପିଟାଲ ଆସିଥିଲେ ସେମାନେ ନିଷ୍ପତ୍ତି ନେଲେ ଯେ, ବିଷ୍ଣୁ ପ୍ରସାଦଙ୍କ ମୃତ୍ୟୁ ଖବର ପତ୍ନୀ କି ଝିଅକୁ ଦେବେନାହିଁ । ବିବାହ ସରିବା ପରେ ଏହି ଦୁଖଦ ଖବର ଦେବେ ବୋଲି ସେମାନେ ନିଷ୍ପତ୍ତି ନେଲେ । ଏପଟେ କିନ୍ତୁ ବିବାହ ବେଦୀରେ ବସି ଝିଅ ବାରମ୍ବାର ବାପାଙ୍କ କଥା ପଚାରୁଥାଏ । ବିବାହ ପରା ଦିନ ପତ୍ନୀ ଏବଂ ଝିଅଙ୍କୁ ବିଷ୍ଣୁ ପ୍ରସାଦଙ୍କ ମୃତ୍ୟୁ ଖବର ଦେଇଥିଲେ ପରିଜନ ଲୋକେ । ବିଷ୍ଣୁ ପ୍ରସାଦ ଥିରୁଅନନ୍ତପୁରମ ଅନ୍ତର୍ଗତ କରମାନ ଥାନାରେ ପୋଲିସ ଅଧିକାରୀ ଥିଲେ ।

   Related Posts