କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କରୋନା ଆକ୍ରାନ୍ତ, ମାର୍ଚ୍ଚ ୩ରେ ନେଇଥିଲେ ପ୍ରଥମ ଡୋଜ୍ ଟିକା
8/04/2021 at 7:43 PM

ତିରୁଓ୍ବନନ୍ତପୁରମ୍ ୦୮/୦୪ : କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ । ସେ ଲେଖିଛନ୍ତି, ‘ମୋର କରୋନା ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ଚିକିତ୍ସା ଜାରି ରହିଛି । ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କୋଭିଡ୍ ଟେଷ୍ଟ କରାଇଦେବାକୁ ଅପିଲ କରୁଛି ।’ ତେବେ ଆଶ୍ଚର୍ଯ୍ୟର କଥା ହେଉଛି ମାର୍ଚ୍ଚ ୩ ତାରିଖରେ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଥିଲେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଟିକା ନେବାର ଦୀର୍ଘ ଦିନପରେ କରୋନା ଆକ୍ରାନ୍ତ ହେବା ଚିନ୍ତାର କାରଣ ପାଲଟିଛି ।