ପ୍ରେସକ୍ରିପସନ ଦେଖାଇଲେ ମିଳୁଛି ମଦ, ଜାଣନ୍ତୁ କେଉଁଠି?
30/03/2020 at 6:26 PM

ନୂଆଦିଲ୍ଲୀ ୩୦।୩: ଦେଶ ସାରା କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ୨୧ଦିନ ଲକଡାଉନ୍ ଚାଲିଛି। ଏହି ସମୟରେ ଲୋକେ ବଜାରରୁ ଜରୁରୀ ଜିନିଷ କିଣିବା ଉପରେ ଛାଡ଼ ଦିଆଯାଇଛି। ଏଥିରେ ସଉଦା,ପରିବା,ଫଳ,କ୍ଷୀର ସମେତ ଅନ୍ୟାନ୍ୟ ଜିନିଷ ରହିଛି। କିନ୍ତୁ କେରଳରେ ଲୋକେ ମଦ ନ ମିଳିବା ଯୋଗୁଁ ଆତ୍ମହତ୍ୟା କରୁଛନ୍ତି। ୭ଜଣ ବ୍ୟକ୍ତି ଆତ୍ମହତ୍ୟା କରିନେବାର ମାମଲା ସାମନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଅବକାରୀ ବିଭାଗକୁ ନିର୍ଦେଶ ଦେଇଛନ୍ତି ଯେ ଯେଉଁମାନେ ଡାକ୍ତରଙ୍କ ପରାମର୍ଶରେ ପ୍ରେସକ୍ରିପସନ ଦେଖାଉଛନ୍ତି, ତାଙ୍କୁ ମଦ ପ୍ରଦାନ କରାଯାଉ। କେରଳରେ ମଦ ନ ମିଳିବା ଯୋଗୁଁ ଏବେ ସୁଦ୍ଧା ୯ଜଣଙ୍କ ମୃତ୍ୟୁ ହୋଇସାରିଛି।
ମୁଖ୍ୟମନ୍ତ୍ରୀ ବିଜୟନ୍ ଏହା ମଧ୍ୟ କହିଛନ୍ତି ଯେ ଲୋକଙ୍କୁ ମଦ ନ ମିଳିବା ଯୋଗୁଁ ହେଉଥିବା ସମସ୍ୟା ପାଇଁ ସରକାର ଅନଲାଇନ୍ ମଦ ବିକ୍ରି ବିଷୟରେ ଚିନ୍ତା କରୁଛନ୍ତି। ଏହା ସହିତ ଯଦି ମଦ ପିଉଥିବା ବ୍ୟକ୍ତିର ସ୍ୱାସ୍ଥ୍ୟ ମଦ ନ ମିଳିବା ଯୋଗୁଁ ଖରାପ ହେଉଛି ତେବେ ଅବକାରୀ ବିଭାଗ ଏହାର ଉପାୟ ସୁନିଶ୍ଚିତ କରୁ।
କରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ୍ କାରଣରୁ ମଦ ନ ମିଳୁଥିବାରୁ କେରଳରେ ଦୁଇ ଜଣ ଆତ୍ମହତ୍ୟା କରିଥିଲେ। ପୋଲିସ୍ କହିବା ଅନୁସାରେ ତ୍ରିସୂର ଜିଲ୍ଲାର କୋଣ୍ଡଗଲୁରର ସୁନିଶ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଆଉ ଜଣେ ମଦ ନ ମିଳିବାରୁ ବିବ୍ରତ ହୋଇ ଆଫ୍ଟର ଶେଭ ଲୋସନ ପିଇ ଦେଇଥିଲେ।