Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ କରୋନା ପଜିଟିଭ୍, ମାର୍ଚ୍ଚ ୩ରେ ନେଇଥିଲେ ପ୍ରଥମ Covid ଟିକା

8/04/2021 at 7:03 PM

ତିରୁଅନନ୍ତପୁରମ ୮।୪: କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେ ଗତ ମାର୍ଚ୍ଚ ମାସ ୩ ତାରିଖରେ ପ୍ରଥମ ଡୋଜ୍‌ କରୋନା ଟିକା ନେଇଥିଲେ। କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ନେଇ ବିଜୟନ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ତେବେ ନିକଟ ଅତୀତରେ ତାଙ୍କର ନିକଟବର୍ତ୍ତି ହଇଥିବା ଲୋକଙ୍କୁ ବ୍ୟକ୍ତିଗତ ପର୍ଯ୍ୟବେକ୍ଷଣରେ ରହିବାକୁ ନିବେଦନ କରିଛନ୍ତି। ଟ୍ୱିଟ୍‌ ବାର୍ତ୍ତାରେ ସେ ଆବଶ୍ୟକ ପଡିଲେ କୋଝିକୋଡ ସରକାରୀ ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି ହୋଇପାରନ୍ତି ବୋଲି ମଧ୍ୟ ସୂଚିତ କରିଛନ୍ତି।

ରାଜ୍ୟ ବିଧାନସଭା ଲାଗି ସଦ୍ୟ ସମାପ୍ତ ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଯାହାର ଫଳାଫଳ ମେ ୨ରେ ଘୋଷଣା ହେବ। ଏଥର ମଧ୍ୟ ତାଙ୍କ ଏଲଡିଏଫ ମେଣ୍ଟ  ରାଜ୍ୟରେ ପୁଣି ସଫଳତାର ସହ କ୍ଷମତାକୁ ଫେରିବ ବୋଲି ବିଜୟନ ଆଶା ରଖିଛନ୍ତି।  ବିଧାନସଭା ନିର୍ବାଚନ ଲାଗି ଗତ ଏପ୍ରିଲ ୬ ତାରିଖରେ ଭୋଟ ଗ୍ରହଣ ସରିଛି।

ମତଦାନ ହାରକୁ ନେଇ ବରିଷ୍ଠ କଂଗ୍ରେସ ନେତା ଏ.କେ. ଆଣ୍ଟୋନୀ ବେଶ୍ ଉତ୍ସାହିତ ଥିବା କହିଛନ୍ତି। ମେ ୨ ଭୋଟ ଗଣନା ଦିନ ରାଜ୍ୟରେ ପି. ବିଜୟନଙ୍କ ସରକାରର ଶେଷ ଦିନ ହେବ ବୋଲି କହିଛନ୍ତି। ତେବେ ନିର୍ବାଚନରେ କଂଗ୍ରେସକୁ ମିଳିବାକୁ ଥିବା ସଫଳତାକୁ ଦଳ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାରକୁ ଦୃଢ ବିରୋଧ କରିବାକୁ ଆମକୁ ବଳ ଦେବ ବୋଲି ଗଣମାଧ୍ୟମ ସହ ଆଲୋଚନା କାଳରେ କହିଛନ୍ତି।

   Related Posts