Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ପାଠପଢା ଲାଗି ଘରେ ନଥିଲା ଅନଲାଇନ୍ ବ୍ୟବସ୍ଥା, ମର୍ମାହତ ହୋଇ ଆତ୍ମହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ରୀ

3/06/2020 at 6:28 PM

ତିରୁଅନନ୍ତପୁରମ ୦୩।୦୬: କରୋନା  ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ଦେଶରେ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ ପରୀକ୍ଷା ବାତିଲ୍  ହୋଇଥିବା ବେଳେ ଅନେକ ସ୍ଥଗିତ ରଖାଯାଇଛି। ଅନେକ ଶିକ୍ଷାନୁଷ୍ଠାନ ଅନଲାଇନ୍‌ରେ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। କିନ୍ତୁ ଏଥିରେ  ବଡ ସମସ୍ୟା ଏହା ଯେ, ଯାହାଙ୍କ ପାଖରେ ସ୍ମାର୍ଟଫୋନ୍ କି କମ୍ପ୍ୟୁଟର କିମ୍ଵା ଲ୍ୟାପଟପ୍ ରହିଛି ସେହି ଛାତ୍ରମାନେ ଅନଲାଇନ୍‌ ଜରିଆରେ ନିଜର ପାଠ ପଢା ଜାରି ରଖିପାରିଛନ୍ତି। କିନ୍ତୁ ଯାହାଙ୍କ ପାଖରେ ଏସବୁ ସୁବିଧା ନାହିଁ ସେମାନେ ପାଠ୍ୟକ୍ରମରୁ ବଞ୍ଚିତ  ହୋଇଛନ୍ତି। ଏହି କ୍ରମରେ କେରଳର ମଲ୍ଲପୁରମ ଜିଲ୍ଲାର  ଭାଲାନଚେରିରେ ଜୁନ ୧ରେ ଜଣେ ଦଶମ ଶ୍ରେଣୀର ଛାତ୍ର ଅନ୍‌ଲାଇନ୍‌ ପଢା ଲାଗି ଆନୁସଙ୍ଗିକ ସୁବିଧା ନଥିବାରୁ ମର୍ମାହତ ହୋଇ ଆତ୍ମହତ୍ୟା କରିଛନ୍ତି।

୧୫ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ସୋମବାର ସନ୍ଧ୍ୟା ପ୍ରାୟ ୬ଟାରୁ ନିଖୋଜ ହୋଇ ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। କିଛି ସମୟ ପରେ ପରିବାର ଲୋକ ଘର ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଝିଅର ମୃତ ଶରୀର ଝୁଲା ଅବସ୍ଥାରେ ଦେଖିବାକୁ ପାଇଥିଲେ।

ପୋଲିସ ଅନୁଯାୟୀ, ଛାତ୍ରୀ  ଜଣକ ପାଠପଢା ଲାଗି ଅନଲାଇନ୍‌ର କୌଣସି ସାଧନ ଥିବାରୁ ଆତ୍ମହତ୍ୟା କରିଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ ଜୁନ୍‌ ୧ରେ କେରଳରେ ଅନଲାଇନ୍‌ ଯୋଗ୍ୟ ପାଠପଢା ଆରମ୍ଭ ହୋଇଛି। କିନ୍ତୁ ଉକ୍ତ ଛାତ୍ରୀଙ୍କ ପାଖରେ ଅନଲାଇନ୍‌ରେ ପାଠପଢା ଲାଗି ପାଖରେ ନା ସ୍ମାର୍ଟଫୋନ୍ ଥିଲା ନା କମ୍ପ୍ୟୁଟର ନା ଲ୍ୟାପଟପ୍‌ ଥିଲା। ଫଳରେ ଦୁଃଖରେ ମର୍ମାହତ ଛାତ୍ରୀ ଜଣକ ଆତ୍ମହତ୍ୟା ପରି ଚରମ ପନ୍ଥା ଆପଣେଇଥିଲେ।

ପରିବାର ଲୋକ ପୋଲିସ ନିକଟରେ ନିଜର ବୟାନରେ କହିଛନ୍ତି ଯେ,  ତାଙ୍କ ଝିଅ ପାଖରେ ଅନ୍‌ଲାଇନ୍‌ ପାଠପଢା ଲାଗି ସ୍ମାର୍ଟଫୋନ୍ କି ଟେଲିଭିଜନ୍ ନଥିଲା। ସବୁଠୁ ବଡ କଥା ଛାତ୍ରୀଙ୍କ  ବାପା ଜଣେ ଦିନ ମଜୁରିଆ। ଲକ୍‌ଡାଉନ୍‌ ପରେ ଦୁଇ ମାସ ହେବ ସେ ବେରୋଜଗାର  ହୋଇ ରହିଛନ୍ତି। ଫଳରେ ଲକ୍‌ଡାଉନ୍‌ ସମୟରେ ପରିବାରର ଭରଣ ପୋଷଣରେ ବହୁତ ସମସ୍ୟା ସମ୍ମୁଖୀନ ହେବାକୁ ପଡିଛି।

ସ୍ଥାନୀୟ ଲୋକ ଏବଂ ବିଦ୍ୟାଳୟର ଛାତ୍ରମାନେ  କହିଛନ୍ତି ଯେ, ଛାତ୍ରୀ ବହୁତ ମେଧାବୀ ଥିଲେ। ମାତ୍ର ଅନଲାଇନ୍‌ ପାଠ୍ୟକ୍ରମ ପାଇଁ କୌଣସି ସାଧନ ନଥିବାରୁ ମର୍ମାହତ ହୋଇ ଛାତ୍ରୀଜଣକ ନିଜର ଘର ପାଖରେ ଥିବା ଏକ ପରିତ୍ୟକ୍ତ ଘରେ  ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଏହି ଘଟଣା ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ୟୁ, ଅବଦୁଲ କରିମ ଓ  ସ୍ଥାନୀୟ ବିଧାୟକ ସୟର ଅବିଦ ହୁସେନ ମୃତକ ଛାତ୍ରୀଙ୍କ ଘର ପରିଦର୍ଶନ କରିଛନ୍ତି। ମାମଲାର ତଦନ୍ତ କରାଯାଉଥିବା ପୋଲିସ କହିଛି। ଶବ ବ୍ୟବଚ୍ଛେଦ ଲାଗି ଛାତ୍ରୀଙ୍କ ମୃତ ଶରୀରରକୁ ସରକାରୀ ମେଡିକାଲ କଲେଜ୍ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣା ପରେ କେରଳ ଛାତ୍ର ସଂଗଠନର ନେତୃବୃନ୍ଦ କହିଛନ୍ତି ଯେ, ସେମାନେ ମଲପୁରମ ରାଜ୍ୟ ଶିକ୍ଷା ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ଛାତ୍ରଙ୍କୁ ଅନଲାଇନ୍‌ ପାଠ୍ୟକ୍ରମ ଲାଗି ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବା ଦାବି ନେଇ ବିରୋଧ ପ୍ରଦର୍ଶନ କରିବୁ।

   Related Posts