ଋଣରେ ବୁଡ଼ିଥିଲେ ଅଟୋ ଚାଳକ: ଖୋଲିଗଲା ଭାଗ୍ୟ, ଜିତିଲେ ୧୨ କୋଟି ଟଙ୍କାର ଲଟେରୀ

Published By : Prameya-News7 Bureau | September 21, 2021 IST

ଏର୍ନାକୁଲମ ୨୧/୦୯ : କେରଳର ଏର୍ନାକୁଲମ୍ ଜିଲ୍ଲାର ଜଣେ ୫୮ ବର୍ଷିୟ ଅଟୋ ଡ୍ରାଇଭରଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ୧୨ କୋଟି ଟଙ୍କା ଥିରୁଭୋନମ୍ ବମ୍ପର ଲଟେରୀର ବିଜେତା ଘୋଷିତ କରାଯାଇଛି। କୋଚିର ମରାଡୁ ନିବାସୀ ଜୟପାଲନ୍ ପିଆରଙ୍କୁ ଲଟେରୀର ପ୍ରଥମ ପୁରସ୍କାର ବିଜେତା ଭାବରେ ସାର୍ଟିଫିକେଟ୍ ଦିଆଯାଇଛି। ସେ ଟିକେଟର ମୂଳ ରାଶି ନିକଟ ବ୍ୟାଙ୍କ ଶାଖାରେ ଜମା କରିଛନ୍ତି। ଟିକସ ଏବଂ ଏଜେନ୍ସି କମିଶନ କଟିବା ପରେ ତାଙ୍କୁ ପ୍ରାୟ ୭.୪ କୋଟି ଟଙ୍କା ମିଳିବ ବୋଲି ଆଶା କରାଯାଉଛି।

ଜୟପାଲନ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସେ ମୀନାକ୍ଷୀ ଭାଗ୍ୟ କେନ୍ଦ୍ରରୁ ଲଟେରୀ ଟିକେଟ କିଣିଥିଲେ। ଟିକେଟ୍ ମୂଲ୍ୟ ୩୦୦ ଟଙ୍କା ଥିଲା। ସେ କହିଛନ୍ତି ଯେ ସେ ନିୟମିତ ଭାବେ ଲଟେରୀ ଟିକେଟ କିଣନ୍ତି ଏବଂ ପୂର୍ବରୁ ୫୦୦୦ ଟଙ୍କା ଜିତି ସାରିଛନ୍ତି।

ରବିବାର ଅପରାହ୍ନରେ ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଥିରୁବନନ୍ତପୁରମରେ ଡ୍ର ସମୟରେ ଟିଭି ପରଦାରେ ଟିକେଟ୍ ନମ୍ବର ଘୋଷଣା ହୋଇଥିଲେ। ସେ ଟିକେଟ୍ ବିଷୟରେ ପୁଅକୁ କହିଥିଲେ କିନ୍ତୁ ତାଙ୍କ ସାଙ୍ଗ କିମ୍ବା ପରିବାର ଲୋକଙ୍କୁ ଏହି ଖବର ଜଣାଇ ନଥିଲେ। ସୋମବାର ଦିନ ସେ ଖବରକାଗଜରେ ପ୍ରକାଶିତ ଖବରକୁ କ୍ରସ-ଚେକ୍ କରି ସିଧା ବ୍ୟାଙ୍କକୁ ଯାଇ ଟିକେଟ୍ ଜମା କରିଥିଲେ।

{"id":515484,"sizeSlug":"full","linkDestination":"none"}

ପୁରସ୍କାର ରାଶି ସହିତ ସେ କ’ଣ କରିବେ ବୋଲି ପଚରାଯିବାରୁ ଜୟପାଲନ କହିଛନ୍ତି ଯେ ତାଙ୍କର କିଛି ଋଣ ଅଛି ଯାହା ସେ ପରିଶୋଧ କରିବାକୁ ଚାହୁଁଛନ୍ତି। ତାଙ୍କର  ଦୁଇଟି ସିଭିଲ୍ ମାମଲା କୋର୍ଟରେ ଚାଲିଛି ଯାହା ସେ ରଫାଦଫା କରିବାକୁ ଚାହୁଁଛନ୍ତି। ଆଗକୁ ସେ କହିଛନ୍ତି ଯେ ସେ ନିଜ ପିଲାଙ୍କୁ ଭଲ ଶିକ୍ଷା ଦେବାକୁ ଏବଂ ଭଉଣୀମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଚାହୁଁଛନ୍ତି।  

ତାଙ୍କ ମା କହିଛନ୍ତି ଯେ, 'ଆମେ ଋଣରେ ବୁଡ଼ି ଯାଇଥିଲୁ। ଯଦି ଏହି ଲଟେରୀ ଜିତିନଥାନ୍ତେ ତାହେଲେ ମୋ ପୁଅ ଏହି ଋଣ ସୁଝି ପାରିନଥାନ୍ତା। ମୁଁ ଭାବୁଛି ଭଗବାନ ମୋର ଲୁହ ଦେଖି ଆମକୁ ସାହାଯ୍ୟ କରିଛନ୍ତି।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.