Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କେରଳର ପ୍ରଥମ ମହିଳା ଡିଜିପିଙ୍କ ଅଭିଯୋଗ ରଖିଲାନି ପୋଲିସ, ନିଜ ବିଭାଗ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଅବସରପ୍ରାପ୍ତ ଅଧିକାରୀ

29/04/2021 at 10:01 AM

ଥିରୁଅନନ୍ତପୁରମ,୨୯/୦୪: ପୋଲିସ କର୍ମଚାରୀ ଖାତିର କରୁନାହାଁନ୍ତି ପୂର୍ବତନ ଡିଜିଙ୍କ କଥା । କୌଣସି ନିର୍ଦ୍ଦେଶ ଦେଲେ ବା ଅଭିଯୋଗ କଲେ ଶୁଣୁନାହାଁନ୍ତି । ନିଜର ବ୍ୟଥା ବଖାଣିଛନ୍ତି କେରଳ ପୋଲିସର ପ୍ରଥମ ମହିଳା ଡିଜି ଆର ଶ୍ରୀଲେଖା । ଆର ଶ୍ରୀଲେଖା ଗତବର୍ଷ ଡିସେମ୍ବରରେ ଅବସର ଗ୍ରହଣ କରିଥିଲେ । ଏବେ ସେ ପୁରା ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛନ୍ତି ।

ଆର ଶ୍ରୀଲେଖା କହିଛନ୍ତି ଯେ, ତାଙ୍କ ଦ୍ୱାରା ଅନେକ ଅଭିଯୋଗ କରାଯାଇଥିଲା । କିନ୍ତୁ କେହି ଶୁଣା ନଥିଲେ । ଜାଣିଶୁଣି ଅଟକାଇ ରଖିଥିଲେ । ସେ କରିଥିବା ଅଭିଯୋଗସବୁକୁ ଏବେ ସୋସିଆଲ ମିଡିଆ ସାହାଯ୍ୟରେ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି । ନିଜ ସହ ଘଟିଥିବା କିଛି ଘଟଣା ବାବଦରେ ସେ କହିଛନ୍ତି ଯେ, ସେ ଏକ ଅନଲଇନ୍ କମ୍ପାନୀ ଦ୍ୱାରା ଠକାମିର ଶିକାର ହୋଇଥିଲେ । ଏପ୍ରିଲ ୬ ତାରିଖରେ ସେ ବ୍ଲୁଟୁଥ୍ ଇଅର୍ ଫୋନ୍ ପାଇଁ ଅନଲାଇନ୍ ସପିଂ କରିଥିଲେ । ୧୪ ତାରିଖରେ ତାଙ୍କୁ ଇଅର୍ ଫୋନ୍ ମିଳିଥିଲା । ତେବେ ଏହା ଛିଣ୍ଡି ଯାଇଥିଲା । ଏନେଇ ସେ ଅଭିଯୋଗ କରିଥିଲେ ବି କମ୍ପାନୀ ନୂଆ ଇଅର ଫୋନ୍ ଦେବାକୁ ମନା କରିଥିଲା ।

ଏହାପରେ ସେ ତୁରନ୍ତ ମ୍ୟୁଜିୟମ ପୋଲିସରେ ଅଭିଯୋଗ କରିଥିଲେ । ଏହାପରେ ତାଙ୍କୁ ଥାନାରୁ ଫୋନ୍ ଆସିଥିଲା । ସେ ଇ-ମେଲ୍ ଯୋଗେ ସମସ୍ତ ତଥ୍ୟ ଦେଇଥିଲେ । କିନ୍ତୁ ଆଜିଯାଏଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ବୋଲି ସେ କହିଛନ୍ତି ।

   Related Posts