ଜଳ ମଣିଷ ଦୈତାରୀ ନାଏକ ସମ୍ମାନିତ

Published By : Prameya-News7 Bureau | July 13, 2018 IST

କେନ୍ଦୁଝର ବାଂଶପାଳ ବ୍ଲକ ର ଗୋନାସିକା ପାର୍ବତ ମାଳା ଘେରରେ ରହଛି ତଳବୈୈତରଣୀ ଗାଁ ହଲେ ସରକାରୀ ବାବୁ ମାନଙ୍କର ବୈୈମାତୃକ ଓ ଅବହେଳାର ଶୀକାର ଏହି ଗାଁ ର ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବା ବଳେ ଦୀର୍ଘ ୧୮ ବର୍ଷ ପୂର୍ବେ ସେହି ଗାଁର ଦୈୈତାରୀ ନାଏକ ଦୀର୍ଘ ୪ ବର୍ଷ ଧରି ବିନା ସ୍ୱାର୍ଥରେ ଗାଁ ଲୋକ ଙ୍କ ପାଇଁ ମୁଣ୍ଡ ଝାଳ ତୁଣ୍ଡେ ମାରି ଆକ୍ଳ’ ପରିଶ୍ରମ କରି ୨ କି.ମି ପାହାଡ କାଟି ପାହାଡ ଉପରେ ବୋହିଯାଉଥିବା ପାଣି କୁ ନିଜ ଗାଁକୁ ଆଣି ପାରିଥିଲେ ଓ ଆଜି ସେହି ପାଣି ରେ ଗାଁ ଲୋକ ଙ୍କର ଶହ ଶହ ଏକର ଚାଷ ଜମି ଚାଷ ହେଉଛି । ଏକଥା ପଦାକୁ ଆସିବା ପରେ ଗତକାଲି କେନ୍ଦୁଝର ସମବାୟ ବ୍ୟାଙ୍କ ଦୈୈତାରି ନାଏକ ଙ୍କୁ ସମ୍ମାନ ଜଣାଇବାକୁ ସେହି ଗାଁରେ ପହନ୍ଚି ଥିଲା । ରାଜ୍ୟ ସରକାର ଙ୍କର ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର , ଜିଲ୍ଲାର ଏକ ମାତ୍ର ସାଂସଦ ଓ ଆଦିଙ୍କ ଉପସ୍ଥିତ ରେ ସମବାୟବ୍ୟଙ୍କ ଏହି ଗାଁ କୁ ପୋଷ୍ୟ ଗାଁ ଭାବରେ ଗ୍ରହଣ କରିବା ସହ ଗାଁର ୮୦ ଭାଗ ଲୋକ ଙ୍କୁ ବ୍ୟାଙ୍କର ବିଭିନ୍ନ ଯୋଜନାରେ ଋଣ ପ୍ରଦାନ କରି ସ୍ବାବଲମ୍ବି ହେବାର ରାସ୍ତା ଦେଖାଇଛି । ଆହୁରି ମଧ୍ୟ ସେହି ସଭାରେ ଦୈୈତାରୀ ଙ୍କୁ ଫୁଲ ତୋଡା ଉତୋରିଆ ସାର୍ଟିଫିକେଟ ଦେଇ ମୁଣଅଡରେ ପଗଡି ବାନ୍ଧି ସମ୍ମାନିତ କରାଯିବା ସହ ତାଙ୍କୁ ସମବାୟ ବ୍ୟାଙ୍କ ତରଫରୁ ମାଗଣା ରେ ଏକ ପାଓୟାର ଟିଲର ପ୍ରଦାନ କରାଯାଇଥଇଲା । ଏପରିକି ଦୈୈତାରି ଙ୍କ ଉପରେ ନିର୍ମ ଏକ ଚଳଚିତ୍ର ମଧ୍ୟ ପଦର୍ଶିତ ହୋଇଥିଲା । ଆହୁରି ମଧ୍ୟ ସମବାୟ ବ୍ୟାଙ୍କ ଆପଣ ଙ୍କର ଦ୍ବାର ରେ କାର୍ଯୟକ୍ରମ ମାଧ୍ୟମରେ ଅନେକ ଚାଷି ଓ ଗୋଷ୍ଠି ଙ୍କୁ ଋଣ ପ୍ରଦାନ କରିବା ସହ ୨ ଜଣ ଚାଷିଙ୍କୁ ୨ ଟି ପାଓୟାର ଟିଲର,୩ ଜଣ ଚାଷି ଙ୍କୁୁ ତିନିଟି ପମ୍ପ ସେଟ ଓ ଜଣ କୁ ଏକ ଟ୍ରକ୍ଟର ଯୋଗାଇ ଦିଆଯାଇଛି । ନିଷ୍ଠାପରି ଓ ନିସ୍ବାର୍ଥ ପରି ଭାବରେ ଏହି ପାହାଡ କାଟି ଗାଁ କୁ ପାଣି ଆଣିଥିବା ଦୈୈତାରି ନାଏକ ସମବାୟ ବ୍ୟାଙ୍କର ଏପରି କାମ କୁ ନେଇ ବେସ ଖୁସି ଅଛ’ି ଓ ଚାଷି ମଦ ଖଇ ରାସ୍ତା ଘାଟରେ ନଗଡିଚାଷରେ ମନ ଦେବାକୁ ସେ ଆହ୍ୱାନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.