କେନ୍ଦୁଝର ଏସ୍‌ପିଙ୍କ ଗାଡିକୁ ଧକ୍କା ଦେଇ ଟ୍ରକ୍ ଫେରାର ; ଚୁରମାର ହେଲା ଗାଡି, ଅଳ୍ପକେ ବର୍ତ୍ତିଲେ ଏସ୍‌ପି

Published By : Prameya-News7 Bureau | October 10, 2019 IST

କେନ୍ଦୁଝର ୧୦।୧୦: କେନ୍ଦୁଝର ଜିଲ୍ଲା ଝାରବେଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର । ତାଙ୍କ ସହ ତାଙ୍କ ପିଏସଓ ସୁବ୍ରତ ନାଏକ ଓ ଡ୍ରାଇଭର ବସନ୍ତ ସାହୁ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

{"id":168390}

ସୂଚନାଯୋଗ୍ୟ ଯେ, ଏସପି ମିତ୍ରଭାନୁ ମହାପାତ୍ର ବାରିଆ ଥାନାରୁ ତୁରୁମୁଙ୍ଗା ଥାନାକୁ ଆସୁଥିବା ବେଳେ ଝାରବେଡା ଛକ ନିକଟରେ ଏକ ଟ୍ରକ୍ ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଫଳରେ ଗାଡିଟି ଚୁରମାର ହୋଇଥିବା ବେଳେ ଏସପିଙ୍କ ସମେତ ତାଙ୍କ ପିଏସଓ ଏବଂ ଡ୍ରାଇଭର ସୁରକ୍ଷିତ ଅଛନ୍ତି ।

{"id":168391}

୪୯ ନମ୍ବର ରାଜପଥର ସମ୍ପ୍ରସାରଣ ପାଇଁ ଚାଲୁଥିବା ବେଳେ ମଣ୍ଟେ କାରଲୋ କମ୍ପାନୀର ଏକ ମିକ୍ସଚର ମେସିନ ଟ୍ରକ୍ ଧକ୍କା ଦେଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଟି ଫେରାର ହୋଇଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.