ଭିଜିଲାନ୍ସ ହାତରେ ଧରାପଡିଲେ କେନ୍ଦୁଝର ସଦର ଥାନାର ଏଏସଆଇ

Published By : Prameya-News7 Bureau | September 20, 2018 IST

କେନ୍ଦୁଝର ୨୦|୯: ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଏଏସଆଇ । ଦୁଇ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କେନ୍ଦୁଝର ସଦର ଥାନାର ଲାଞ୍ଚୁଆ ଅଧିକାରୀ ଗୌତମ ଦାଶ । ସୂଟନା ଅନୁସାରେ ଡିସେମ୍ବର ୨୦୧୭ ମସିହାର ଏକ ସ୍କର୍ପିଓ ଏବଂ ଏକ ବାଇକ୍ ଦୁର୍ଘଟଣା କେସ୍ ରେ ବାଇକ୍ କୁ ଛାଡିବାକୁ ଲାଞ୍ଚୁଆ ଥାନା ବାବୁ ବାଇକ୍ ମାଲିକ ହୃଦାନନ୍ଦ ମହାନନ୍ଦଙ୍କ ଠାରୁ ପ୍ରଥମେ ୪ ହଜାର ଟଙ୍କା ମାଗିଥିଲେ । ପରେ ମୁଲଚାଲ ହୋଇ ୨ ହଜାର ଟଙ୍କା ରେ କଥା ଛିଡିଥିଲା । ଆଜି ଲାଞ୍ଚୁଆ ଥାନା ବାବୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳଏ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଛି । ଏହା ସହ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢାଉ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.