Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାର୍ଦ୍ଦିକ ୩୦ ବଲ୍‌ରୁ ୪୦ ରନର ମ୍ୟାଚ୍ ବିଜୟୀ ଅପରାଜିତ ଇନିଂସ ଖେଳିଛନ୍ତି। କିରଣ ପୋଲାର୍ଡ ୧୫ ରନରେ ଅପରାଜିତ ଥିଲେ।
  • ||
  • ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇଲା ଗାଡ଼ି, ଜଣେ ମୃତ, ଜଣେ ଗୁରୁତର
  • ||
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||

ଚାକିରୀ ଦେବା ବାହାନାରେ ବିଦେଶରୁ ଡାକିଥିଲେ ଯୁବତୀଙ୍କୁ ; ଚାକିରୀ ନଦେଇ କଲେ ଦୁଷ୍କର୍ମ

16/12/2018 at 4:09 PM

ଦିଲ୍ଲୀ ୧୬/୧୨ : ଦିଲ୍ଲୀ ସ୍ଥିତ ଫରିଦାବାଦରେ ଜଣେ ବିଦେଶୀ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି | ଚାକିରୀ ଦେବା ବାହାନାରେ ଯୁବତୀକୁ ବିଦେଶରୁ ଡକା ଯାଇଥିଲା | ଏହାପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା | ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମଧ୍ୟ ବିଦେଶୀ ବୋଲି ଜଣାପଡିଛି |


ସୂଚନାଯୋଗ୍ୟ ଯେ, ଫେସବୁକ ଜରିଆରେ ଜଣେ ମହିଳାଙ୍କ ସହ କେନ୍ୟା ଯୁବତୀଙ୍କ ବନ୍ଧୁତ୍ୱ ହୋଇଥିଲା | ତେବେ ମହିଳା ମଧ୍ୟ କେନ୍ୟାରେ ରହୁଥିଲେ | ମହିଳା ଜଣକ ଯୁବତୀଙ୍କୁ ଚାକିରୀ ଦେବା ବାହାନାରେ ଫରିଦାବାଦକୁ ଡାକିଥିଲେ | ମହିଳାଙ୍କ କଥାରେ ବିଶ୍ୱାସ କରି ଯୁବତୀ କେନ୍ୟାରୁ ଫରିଦାବାଦ ଆସିଥିଲେ | ଯୁବତୀ ଆସିବା ପରେ ମହିଳା ଜଣକ ଯୁବତୀଙ୍କ ପାସପୋର୍ଟ ଏବଂ ଭିସା ଜବତ କରି ରଖିପକେଇଲେ | ପୀଡିତାଙ୍କୁ ମହିଳା ଏକ ଘରେ ବନ୍ଦ କରି ରଖିଥିଲେ | ପୀଡିତା ଅଭିଯୋଗ କରିଛନ୍ତି ଯେ, ଜଣେ ନାଇଜେରିଆର ଯୁବକ ତାଙ୍କ ସହ ଦୁଷ୍କର୍ମ କରିଥିଲା | ଡିସେମ୍ବର ୧୨ ତାରିଖରେ ପୀଡିତା କୌଶଳକ୍ରମେ ସେଠାରୁ ବାହାରି ଆସି ଗୁରୁଗ୍ରାମରେ ରହୁଥିବା ନିଜର ଜଣେ ସାଙ୍ଗଙ୍କ ପାଖକୁ ପଳେଇ ଆସିଥିଲେ | ସାଙ୍ଗକୁ ସମସ୍ତ ଘଟଣା ସମ୍ପର୍କରେ ଜଣେଇଥିଲେ | ଏହାପରେ ପୀଡିତା ସେକ୍ଟର-୫୧ ସ୍ଥିତ ମହିଳା ଥାନାରେ ଏତଲା ଦେଇଥିଲେ |


ଗୁରୁଗ୍ରାମ ପୋଲିସ ଜିରୋ ଏଫଆଇଆର ଲେଖି କେଶ ଫରିଦାବାଦ ପୋଲିସକୁ ଟ୍ରାନ୍ସଫର କରିଦେଇଥିଲା | ଫରିଦାବାଦ ପୋଲିସ ଆଇପିସିର ୩୭୬, ୫୦୬, ୧୨୦(ବି), ଏବଂ ୩୪ଧାରା ରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା | ଫରିଦାବାଦ ପୋଲିସ ଏକ ଟିମ ଗଠନ କରି ମାମଲାର ତଦନ୍ତ କରିବା ସହ ସେହି ମହିଳା ଏବଂ ନାଇଜେରିଆର ଯୁବକକୁ ଖୋଜୁଛି |

   Related Posts