Wednesday, January 16, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନିଆରେ ପ୍ରବଳ ବର୍ଷାରେ ହ୍ରଦର ବନ୍ଧ ଭାଙ୍ଗି ଯିବାରୁ ଭାସିଗଲେ ୩୮ ଜଣ ଲୋକ

କେନିଆରେ ଭୟଙ୍କର ବିପର୍ଯ୍ୟୟ । ପ୍ରବଳ ବର୍ଷାରେ ହ୍ରଦର ବନ୍ଧ ଭାଙ୍ଗି ଯିବାରୁ ହଜାର ହଜାର ଲୋକ ବିପନ୍ନ। ଅତିକମ୍‌ରେ ୩୮ ଜଣ ଲୋକ ପାଣି ସୁଅରେ ଭାସିଯାଇ ପ୍ରାଣ ହରାଇଛନ୍ତି । ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଶତାଧିକ ଲୋକ ସ୍ଥାନାନ୍ତର ହୋଇଛନ୍ତି । କେନିଆର ନାକୁରୁ କଣ୍ଟ୍ରି ସ୍ଥିତ ସୋଲାଇର ପଟେଲ ଡ୍ୟାମ୍ ବନ୍ଧ ପ୍ରବଳ ବର୍ଷାରେ ଉଛୁଳିଛି । ପଟେଲ ଡ୍ୟାମ୍ ସହ ନାୟାକ୍ନ୍ୟୁୟା ଫାର୍ମ ତଟବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ ବୋଲି କେନିଆ ସରକାର ଏବଂ ରେଡକ୍ରସ ପକ୍ଷରୁ କୁହାଯାଇଛି । ଗତ ମାର୍ଚ୍ଚରୁ କେନିଆରେ ବର୍ଷା ଓ ବନ୍ୟା ଲାଗି ରହିଛି। ଏମଧ୍ୟରେ ପାଖାପାଖି ୧୭୦ ଜଣଙ୍କର ମୃତ୍ୟୁ ହେଲାଣି । ୨ ଲକ୍ଷ ୨୫ ହଜାରରୁ ବେଶି ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗତ ସପ୍ତାହରେ କେବଳ ୧୧୨ ଜଣଙ୍କର ବର୍ଷା ବିତ୍ପାତରେ ମୃତ୍ୟୁ ହୋଇଛି ।

573 Views

   You May Also Like