ପାରାଦୀପ ଟ୍ରକ ମାଲିକଙ୍କ ଦାଦାଗିରି : ଅଟକି ରହିଛି ଶହ ଶହ ଗାଡି, କେନ୍ଦୁଝର ଟ୍ରକ ମାଲିକ ସଂଘ ଆଣିଲା ଅଭିଯୋଗ

Published By : Prameya-News7 Bureau | May 24, 2020 IST

କେନ୍ଦୁଝର ୨୪।୦୫: ପାରାଦୀପ ଟ୍ରକ ମାଲିକଙ୍କ ଦାଦାଗିରି । କେନ୍ଦୁଝର ଜିଲ୍ଲାରେ ଶହ ଶହ ଗାଡି ଅଟକ ରଖିଲେ ଜିଲ୍ଲା ଟ୍ରକ ମାଲିକ ସଦସ୍ୟ ଓ କର୍ମକର୍ତ୍ତା । ଏନେଇ କେନ୍ଦୁଝର ଟ୍ରକ ମାଲିକ ସଂଘ ଅଭିଯୋଗ କରିଛି । ଦୁଇ ମାଲିକ ସଂଘ ମଧ୍ୟରେ ଛକା ପଞ୍ଝା ପରିସ୍ଥିତି ଲାଗି ରହିଥିବା ବେଳେ ପାରାଦ୍ୱୀପ ଟ୍ରକ ମାଲିକ ସଙ୍ଘର ଦାଦାଗିରିକୁ ବିରୋଧ କରି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ଟ୍ରକ ମାଲିକ ସଂଘ ଦ୍ଵାରା ଶହ ଶହ ପାରାଦ୍ୱୀପ ଟ୍ରକ ମାଲିକ ସଂଘର ଗାଡି ଗୁଡିକୁ ଅଟକ ରଖା ଯାଇଛି ।

{"id":275305,"sizeSlug":"large"}

ପାରାଦ୍ୱୀପ ପୋର୍ଟରେ ଅନଲୋଡିଙ୍ଗ ବେଳେ ସିରିଏଲ ଅନୁଯାୟୀ ଖାଲି ହେବାର ନିୟମ ରହିଛି, ହେଲେ ସେଠାକାର ମାଲିକ ଓ ମାଲିକ ସଂଘର କର୍ମକର୍ତ୍ତା ମାନେ ସିରିଏଲ ବ୍ରେକ କରି ନିଜ ନିଜ ଅଞ୍ଚଳ ଗାଡି ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ଅନଲୋଡ଼ କରାଉଥିବା ଅଭିଯୋଗ କରିଛି କେନ୍ଦୁଝର ଟ୍ରକ ମାଲିକ ସଙ୍ଘ । ଫଳରେ ପାରାଦ୍ୱୀପ ଅଞ୍ଚଳର ଟ୍ରକ ଗୁଡିକ ମାସିକ୧୫ ଟ୍ରିପରୁ ଅଧିକ ଲୁହାପଥର ପରିବହନ କରୁଛନ୍ତି ହେଲେ କେନ୍ଦୁଝର ଅଞ୍ଚଳର ଟ୍ରକ ଗୁଡିକ ଅନଲୋଡିଙ୍ଗ ପଏଣ୍ଟ ଠାରେ ଦିର୍ଘ ଦିନ ପଡି ରହୁଛନ୍ତି । ଏନେଇ କେନ୍ଦୁଝର ଟ୍ରକ ମାଲିକ ସଂଘ ତରଫରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପାରାଦ୍ୱୀପ ସଙ୍ଘ ଏଥି ପ୍ରତି ଗୁରୁତ୍ୱ ଦେଉନଥିବାରୁ ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.