Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଡ୍ରେସ୍ ଚେଞ୍ଜ୍ ବେଳେ ଯୁବତୀଙ୍କ ଫଟୋ ଉଠାଉଥିଲା ଯୁବକ, ଧରା ପଡି ଖାଇଲା ଉତ୍ତମ ମଧ୍ୟମ, ମିଛ ଧରିଲା ଆଧାର କାର୍ଡ

15/01/2021 at 11:37 AM

କେନ୍ଦୁଝର,୧୫/୦୧: ଲେଡିଜ୍ ଟ୍ରାଏଲ ରୁମରେ ପସି ଉଠାଉଥିଲେ ଫଟୋ । ଧରା ପଡିଗଲେ । ଗ୍ରାହକଙ୍କଠୁ ଭଲରେ ଖାଇଲେ ଉତ୍ତମ ମଧ୍ୟମ । ଏପରି ଏକ ଘଟଣା  କେନ୍ଦୁଝର ଟାଉନଥାନା ଗାନ୍ଧୀଛକ ନିକଟରେ ଥିବା ଏକ ସପିଂ ମଲ୍‌ ପରିସରରେ ଘଟିଛି ।  ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ଘଟଣା ପରେ ଗ୍ରାହକ ପକ୍ଷରୁ ଏ ନେଇ ଟାଉନଥାନାରେ ଲିଖିତ ଅଭିଯୋଗ କରାଯାଇଯାଇଥିଲା । ଯୁବକ ଜଣକ ହେଲେ କେନ୍ଦୁଝର ଟାଉନ ଥାନା ମାଗୁର ଗାଡିଆ ଅଞ୍ଚଳର ମହମ୍ମଦ ଆତୀଫ ।

ସୂଚନା ଅନୁସାରେ, ଗୁରୁବାର ମଧ୍ୟାହ୍ନରେ କେନ୍ଦୁଝର ସହରର ଜଣେ ଯୁବତୀ ପରିବାର ସହିତ ଏକ ସପିଂ ମଲ୍‌କୁ କିଛି କିଣାକିଣି କରିବାକୁ ଯାଇଥିଲେ। ଯୁବତୀ ଜଣକ ଏକ ଡ୍ରେସ୍‌ ଟ୍ରାଏଲ କରିବା ପାଇଁ ଟ୍ରାଏଲ ରୁମ୍‌ ଭିତରକୁ ଯାଇଥିଲେ । ଏହି ସମୟରେ ଟ୍ରାଏଲ ରୁମ୍‌ ପାଖରେ ଥିବା ଅନ୍ୟ ଏକ ଟ୍ରାଏଲ ରୁମ୍‌ରେ ପଶି ଆତୀଫ ମୋବାଇଲରେ ଯୁବତୀଙ୍କ ଫଟୋ ଉଠାଉଥିଲା । ଏହି କଥା ଜାଣିପାରିଥିଲେ ଯୁବତୀ। ସେ ସଙ୍ଗେ ସଙ୍ଗେ ଟ୍ରାଏଲ୍‌ ରୁମ୍‌ରୁ ବାହାରି ଜୋରରେ ପାଟି କରିଥିଲେ।

ଏହାପରେ କିଛି ସମୟ ପରେ ଆତୀଫ ଟ୍ରାଏଲ ରୁମ୍‌ରୁ ବାହାରକୁ ଆସିବା ପରେ ଅନ୍ୟ ଗ୍ରାହକମାନେ ତାକୁ ଘେରି ଯାଇଥିଲେ । କାହିଁକି ଫଟୋ ଉଠାଉଥିଲୁ ବୋଲି ପଚାରିବାରୁ ଓଲଟା ସେ ହୋହଲ୍ଲା କରିବା ସହିତ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇଥିଲା । ଏହା ଶୁଣି ଅନ୍ୟ ଗ୍ରାହକମାନେ ଭଲରେ ଉତ୍ତମ ମଧ୍ୟମ ଦେଇ ଅଟକ ରଖିଥିଲେ । ଏହା ପରେ ସପିଂ ମଲ କର୍ମଚାରୀମାନେ ଯୁବକଙ୍କ ନାମ ଓ ଠିକଣା ପଚାରିଥିଲେ କିନ୍ତୁ ସେ ମିଛ କହିଥିଲା କିନ୍ତୁ ତା ପକେଟରୁ ଆଧାର କାର୍ଡ ବାହାର କରି ଦେଖିବାରେ ଯୁବକ ଜଣକ ମହମ୍ମଦ ଆତୀଫ ବୋଲି ଜଣାପଡିଥିଲା ।

ମଲ୍‌ କର୍ତ୍ତୃପକ୍ଷ ଏବଂ ଗ୍ରାହକ ଟାଉନଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଯୁବକଙ୍କୁ ଉଠାଇ ଆଣିଥିଲା । ପରେ ଗ୍ରାହକଙ୍କ ପକ୍ଷରୁ ଟାଉନଥାନାରେ ଲିଖିତ ଅଭିଯୋଗ କରାଯାଇଥିବାବେଳେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

   Related Posts