୧୦ଟି ପରିବାର ୨୮ ଜଣ ସଦସ୍ୟଙ୍କୁ କ୍ବାରେଣ୍ଟାଇନ୍ରେ ପଠାଇଲା କେନ୍ଦୁଝର ପୋଲିସ୍
27/04/2020 at 4:45 PM

ଆନନ୍ଦପୁର୨୭/୪: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅଞ୍ଚଳର ୧୦ଟି ପରିବାରର ୨୮ ଜଣ ସଦସ୍ୟଙ୍କୁ ଉଦ୍ଧାର କଲା ପୋଲିସ୍। ଏମାନେ ଯାଜପୁର କୋଇଥାନା ତୁଳତୀ ଠାରେ କାମ କରୁଥିଲେ। ଲକ୍ଡାଉନ୍ ଯୋଗୁଁ ଯାନ, ବାହାନ ଚଳାଚଳ ଠପ୍ ହୋଇଯାଇଛି। ବହୁଦିନ ଭୋକ- ଉପାସରେ ରହିବା ପରେ ଶେଷରେ ନିଜ ଗାଁକୁ ଫେରିବା ଯିବା ଲାଗି ଏମାନେ ନିଷ୍ପତ୍ତି ନେଇଥିଲେ।

ତେବେ ଉଦ୍ଧାର ୨୮ ଜଣଙ୍କ ମଧ୍ୟରୁ ୧୯ଜଣ ପୁରୁଷ ଏବଂ ୧୯ ଜଣ ମହିଳା ଥିବାବେଳେ ୯ ଜଣ ଛୋଟ ଶିଶୁ ମଧ୍ୟ ଅଛନ୍ତି। ତୁଳତି ଠାରେ ଏକ ରାସ୍ତା ନିର୍ମାଣ କାର୍ଯ୍ୟରେ ଏମାନେ ଶ୍ରମିକ ଭାବେ କରୁଥିଲେ। କୋରେଇ ବ୍ଲକ୍ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପରେ ଠିକାଦାର ଏମାନଙ୍କ କଥା ବୁଝି ନଥିଲେ। ଫଳରେ ଏମାନେ ସବୁ ଦୀର୍ଘ ୧୦୦ କିମି ବାଟ ଚାଲିଚାଲି ଘରକୁ ଯିବାକୁ ବାହାରିଥିଲେ। ନରଦା ଚେକପୋଷ୍ଟ ଠାରେ ରାମଚନ୍ଦ୍ରପୁର ପୋଲିସ ଏମାନଙ୍କୁ ଅଟକାଇ କ୍ବାରେଣ୍ଟାଇନ୍ରେ ପଠାଇଛି।