ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ପାଇଁ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଚିଠି, ଲୋକସଭା ବାଚସ୍ପତିଙ୍କୁ ମାଗିଲେ ସୁରକ୍ଷା : କହିଲେ ତାଙ୍କୁ ବଦ୍‌ନାମ ସହ ମାନସିକ ନିର୍ଯାତନା ଦିଆଯାଉଛି

Published By : Prameya-News7 Bureau | October 19, 2020 IST

ନୂଆଦିଲ୍ଲୀ ୧୯।୧୦: ଓଟିଭି ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକସଭା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଓଟିଭି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାକୁ ପ୍ରୟାସ କରୁଥିବା ଅଭିଯୋଗ ଆଣିଛନ୍ତି ଚନ୍ଦ୍ରାଣୀ । ସଂସଦର କନିଷ୍ଠ ଓ ଆଦିବାସୀ ସଂପ୍ରଦାୟର ଯୁବ ସାଂସଦ ହେଉଛନ୍ତି ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ । ଓଟିଭି ରିପୋର୍ଟର ଓ ଅନ୍ୟମାନେ ଜାଣିଶୁଣି ତାଙ୍କର ଅଶ୍ଳୀଳ ଭିଡିଓ ଭାଇରାଲ କରିଥିଲେ । ତାଙ୍କୁ ମାନସିକ ନିର୍ଯାତନା ଦେବାକୁ ଏବଂ ତାଙ୍କ ଭାବମୂର୍ତ୍ତି କ୍ଷୁର୍ଣ କରିବାକୁ ଏଭଳି ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା ସେ ଏହି ଚିଠିରେ ଅଭିଯୋଗ କରିଛନ୍ତି ।

{"id":347074,"sizeSlug":"large"}

ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଦୃଷ୍ଟି ଆର୍କଷଣ କରି ଦେଇଥିବା ସ୍ୱାଧୀକାର ଭଙ୍ଗ ନୋଟିସରେ ସୁଶ୍ରୀ ମୁର୍ମୁ ଦର୍ଶାଇଛନ୍ତି ଯେ, ଓଟିଭିର ସମ୍ବାଦଦାତା ତାଙ୍କୁ ନେଇ ଏକ ଜାଲି ଓ ଅଶ୍ଲୀଳ ଭିଡିଓ ଭାଇରାଲ କରିଛନ୍ତି । ଯାହାକି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଦ୍‌ନାମ କରିବା ସହ ହତୋତ୍ସିତ କରିବା ଲକ୍ଷ୍ୟ ମାନସିକ ଭାବେ ନିର୍ଯାତନା ଦେବାକୁ ଏପରି କରିଛନ୍ତି । ସେ ଆହୁରୀ ଦର୍ଶାଇଛନ୍ତି ଯେ, ଓଟିଭିର ଜଣେ କନିଷ୍ଠ ସମ୍ବଦାଦାତଙ୍କୁ ଜେରା ବେଳେ ପୋଲିସ ରମେଶ ରଥଙ୍କ କାରନାମ ସମ୍ପର୍କରେ ସୂଚନା ପାଇଥିଲା । ରମେଶ ରଥ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ବିରୋଧରେ ଏପରି ଅପରାଧିକ କାର୍ଯ୍ୟର ପ୍ରସ୍ତୁତ କର୍ତ୍ତା ବୋଲି କନିଷ୍ଟ ସମ୍ବଦାଦାତା ସୂଚନା ଦେଇଥିଲେ । ଓଟିଭି ସତ୍ୟ ଲୁଚାଇବାକୁ ତଥା ସଂପୃକ୍ତ ସାମ୍ବାଦିକଙ୍କୁ ଘୋଡାଇବାକୁ ସଂପୂର୍ଣ୍ଣ ଜାଲ ତଥ୍ୟ ଯୁକ୍ତ ବିଶ୍ଲେଷଣତ୍ମକ କାହାଣୀ ପରିବେଶ କରୁଛି । ତେବେ ସାଂସଦ ଚନ୍ଦ୍ରାଣା ମୁର୍ମୁଙ୍କ ବିରୋଧରେ ଏପରି ଅପରାଧିକ କାର୍ଯ୍ୟ କରିବାରେ ରମେଶ ରଥ ଅନ୍ୟତମ ଖବର ପ୍ରସ୍ତୁତକାରୀ ବୋଲି କୁହାଯାଇଛି ।

{"id":347075,"sizeSlug":"large"}

ସାଂସଦ ଆହୁରୀ ମଧ୍ୟ ଦର୍ଶାଇଛନ୍ତି ଯେ, ଓଟିଭିର ଏପରି ଉଦ୍ଦେଶ୍ୟମୂଳକ ତଥା ଅପମାନଜନକ କାର୍‌ନାମା ଯୋଗୁଁ ଭାରତୀୟ ସଂସଦର ଜଣେ ଲୋକସଭା ସଦସ୍ୟ ଭାବେ ତାଙ୍କ ସମ୍ମାନ ଓ ଅଧିକାରୀ ଯୁର୍ଣ୍ଣ ହେଉଛି । ତାସହ ଯଥାର୍ଥ ତଦନ୍ତକୁ ଦିଗହରା କରିବା ଲାଗି ଓଟିଭିର ଅସତ୍‌ ଉଦ୍ଦେଶ୍ୟ ରହିଛି । ତେଣୁ ତାଙ୍କୁ ଯଥାର୍ଥ ନ୍ୟାୟ ମିଳିବା ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ରହିଛି । ଏହା ଉଲ୍ଲେଖ କରି ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଲୋକସଭା ବାଚସ୍ପତିଙ୍କ ଠାରୁ ସୁରକ୍ଷା ନିବେଦନ କରିବା ସହ ଏହି ଘଟଣାରେ ତଥା ସମ୍ବାଦାତା ରମେଶ ରଥଙ୍କୁ ସାହାଯ୍ୟ କରିବା ଜନିତ ଅସତ୍‌ ଉଦ୍ଦେଶ୍ୟ ରଖିଥିବା ଓଟିଭି ଚ୍ୟାନେଲ୍‌ ଓ ତାର ପୃଷ୍ଠପୋଷକଙ୍କ ବିରୋଧରେ କଠୋର ଏବଂ ଦୃଢ ପଦକ୍ଷେପ ପାଇଁ ନିବେଦନ କରିଛନ୍ତି ।

{"id":347076,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.