ପାଟଣା ୧୬।୯: ତାସକେଣ୍ଡର ଉଜବେକିସ୍ତାନରେ ଆଗାମୀ ୧୮ ଓ ୧୯ ତାରିଖରେ ହେବାକୁ ଥିବା ରଗବୀ ଖେଳରେ ଭାରତୀୟ ଦଳ ପକ୍ଷରୁ କେନ୍ଦୁଝର ଜିଲ୍ଲାର ଝିଅ ମାମାଲି ସ୍ଥାନ ପାଇଛନ୍ତି। ମାମାଲି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ଟଭାସରୁଆ ଗ୍ରାମ ଖୁଞ୍ଚିବେଡା ସାହିର ଧ୍ରୁବ ଚରଣ ନାଏକ ଓ ନନ୍ଦିନୀ ନାଏକଙ୍କ ସାନ ଝିଅ । ପିଲା ବେଳୁ ସେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ରହି ପଢ଼ୁଥିବା ବେଳୁ ଖେଳ ପ୍ରତି ବେଶ ଉତ୍ସାହିତ ଥିଲେ।
ରଗବୀ ଖେଳ ପାଇଁ ଭାରତୀୟ ଦଳ ପକ୍ଷରୁ ଖେଳିବା ପାଇଁ ମନୋନୀତ ହେବା ପରେ ସେ ଉଦବେକିସ୍ତାନକୁ ଖେଳିବାକୁ ଯାଇଛନ୍ତି । ଏହି ଖେଳରେ ମାମାଲି ସ୍ଥାନ ପାଇଥିବାରୁ କେନ୍ଦୁଝର ତଥା ସାହାରପଡା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଦିନ ମଜୁରିଆ ଭାବେ କାମ କରୁଥିବା ବାପା-ମା’ ଝିଅ ପାଇଁ ବେଶ ଗର୍ବିତ ଅନୁଭବ କରିଛନ୍ତି। ମମାଲି ଏବେ ଯୁକ୍ତ ଦୁଇ କଳାରେ ପଢୁଥିବା ବେଳେ କୋଚ୍ ରାଜକିଶୋର ମୁର୍ମୁ, ମୁନା ମୁର୍ମୁଙ୍କ ଧନ୍ୟବାଦ ଜଣାଇଛନ୍ତି। ମାମାଲିଙ୍କ ସଫଳତା ପାଇଁ ସାରା ଅଞ୍ଚଳବାସୀ ଗର୍ବିତ ଅନୁଭବ କରିବା ସହ ସଫଳତା କାମନା କରିଛନ୍ତି।