ସ୍ୱାମୀ ନଥିବା ବେଳେ ମହିଳାଙ୍କ ଘରେ ପସିଲେ ଯୁବକ, ବାହାରୁ ତାଲା ପକାଇଦେଲେ ଗାଁ ଲୋକେ, ସକାଳେ ବସିଲା କଙ୍ଗାରୁ କୋର୍ଟ

Published By : Prameya-News7 Bureau | September 17, 2020 IST

କେନ୍ଦ୍ରାପଡା, ୧୭|୦୯ :    ପୁଣି ଗାଁରେ ବସିଲା କଙ୍ଗାରୁ କୋର୍ଟ । ଗାଁ ଦାଣ୍ଡରେ ସର୍ବସମ୍ମୁଖରେ ମହିଳାଙ୍କୁ ରଶିରେ ବାନ୍ଧି ଗାଁ ସାରା ବୁଲାଇଲେ କିଛି ଯୁବକ । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇ ରାଲ ହେବାରେ ଲାଗିଛି। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର ପାଳପାଟଣା ଗାଁ ରେ  ।

ସୂଚନା ଅନୁଯାୟୀ, ଏହି ଗାଁରେ ରହୁଥିବା ଜଣେ ବିବାହିତ ମହିଳାଙ୍କ ଘରକୁ ବୁଧବାର ରାତ୍ରରେ ଜଣେ  ଯୁବକ ଆସିଥିଲେ । ସେହି ସମୟରେ ମହିଳାଙ୍କ ସ୍ୱାମୀ ଘରେ ନଥିଲେ । ମହିଳାଙ୍କ ସ୍ୱାମୀଙ୍କ ଅନୁପସ୍ଥିତର ସୁଯୋଗ ନେଇ ଯୁବକ ଜଣଙ୍କ ରାତିରେ ଘରକୁ ଯାଇଥିଲେ । ତେବେ ଏବି ଘଟଣାକୁ ନେଉ ଗ୍ରାମବାସୀ ସନ୍ଦେହ କରିଥିଲେ । ଫଳରେ ଗାଁ ର କିଛି ଯୁବକ ଉଭୟଙ୍କୁ ଘର ବାହାରୁ କବାଟ ବନ୍ଦ କରି ଦେଇ ତାଲା ପକାଇ ଦେଇଥିଲେ ।

ସକାଳ ହେବାରୁ ତାଲା ଖୋଲି ମହିଳା ଓ ସମ୍ପୃକ୍ତ ଯୁବକଙ୍କୁ ଗାଁ ଲୋକେ ରାସ୍ତାରେ ଏକ ରଶିରେ ବାନ୍ଧି ଦେଇଥିଲେ । ଏହାର ଭିଡ଼ିଓ ମଧ୍ୟ  ଉତ୍ତୋଳନ କରିଥିଲେ । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ଅନ୍ୟପଟେ ପୋଲିସ ଖବର ପାଇ ଉଭୟଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.