ତୁଳସୀ କ୍ଷେତ୍ରରେ ହେବନି ରଥ ଟଣା, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
18/06/2020 at 12:18 PM

କେନ୍ଦ୍ରାପଡା ୧୮।୦୬: ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ଚଳିତ ବର୍ଷ ଟଣା ହେବନି ବ୍ରହ୍ମ ତାଳଧ୍ୱଜ ରଥ l କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ରଥଯାତ୍ରାକୁ ଚଳିତ ବର୍ଷ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି l

କିନ୍ତୁ ଶ୍ରୀ ଜୀଉମାନଙ୍କ ଗୁଣ୍ଡିଚା ଯାତ୍ରାର ସମସ୍ତ ନୀତିକାନ୍ତି ଯଥା ରୀତିରେ ମନ୍ଦିର ପରିସରରେ ପାଳନ କରାଯିବ । ଏନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି l ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ପୁଲିସ, ଦେବୋତ୍ତର ବିଭାଗ ଏବଂ ସମସ୍ତ ସେବାୟତ ମାନଙ୍କ ମଧ୍ୟରେ ଏହି ବୈଠକ ହୋଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି l

Related Posts
୪୦୦ ଲିଟର ମହୁଲି ସହ କାର ଜବତ, ଧରା ହେଲେ ୨, ଜଣେ ଫେରାର
7 March 2021