କେନ୍ଦ୍ରାପଡା ଟ୍ବିଷ୍ଟ : କିଶୋର ତରାଇ ଓ ସିପ୍ରା ମଲ୍ଲିକଙ୍କ ମାନଭଞ୍ଜନ ହେଲା ନବୀନ ନିବାସରେ, ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ରାଜି ହେଲେ ସିପ୍ରା

Published By : Prameya-News7 Bureau | April 10, 2019 IST

କେନ୍ଦ୍ରାପଡା ୧୦|୪ : କେନ୍ଦ୍ରାପଡା ରାଜନୀତିରେ ନୂଆ ଟ୍ବିଷ୍ଟ। କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ଅର୍ଥମନ୍ତ୍ରୀ ଶଶୀଭୁଷଣ ବେହେରାଙ୍କୁ ପ୍ରାର୍ଥୀ କରିବା ପରେ ବିଧାୟକ କିଶୋର ତରାଇ ଏବଂ ସିପ୍ରା ମଲ୍ଲିକ ଅସନ୍ତୁଷ୍ଟ ହୋଇଥିଲେ । ସିପ୍ରା ମଲ୍ଲିକ କ୍ଷୁବ୍ଧ ହୋଇ ସ୍ବାଧିନ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଅନ୍ୟପକ୍ଷରେ ବିଧାୟକ କିଶୋର ତରାଇଙ୍କ ସମର୍ଥକମାନେ କେନ୍ଦ୍ରାପଡାରେ ଶଶୀଭୁଷଣ ବେହେରାଙ୍କ ବିରୋଧ କରିଥିଲେ । ଏପରିକି କିଶୋର ତାରାଇଙ୍କୁ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଶୋଭାଯାତ୍ରାରେ ଯାଉଥିବା ଗାଡି ଉପରକୁ ଅତନୁ ସବ୍ୟସାଚୀ ବାଧ୍ୟ କରି ଟାଣି ନେଇଥିଲେ ମଧ୍ୟ ସେ ଗାଡି ଉପରେ ରହିନଥିଲେ । ଫଳରେ ଗତକାଲିଠାରୁ ଅତନୁ ସବ୍ୟସାଚୀ ନାୟକ ଏବଂ ଦଳର ଅନ୍ୟ କର୍ମକର୍ତ୍ତାମାନେ ସିପ୍ରା ମଲ୍ଲିକ ଏବଂ କିଶୋର ତରାଇଙ୍କୁ ମନାଇବା ଉଦ୍ୟମ ଆରମ୍ଭ କରିଥିଲେ । ଶେଷରେ  ଏଥିରୁ ସଫଳତା ମିଳିଛି ।

{"id":102020}

ଆଜି ସମସ୍ତ ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ ନେତା ନବୀନ ନିବାସରେ ପହଞ୍ଚି ଆଲୋଚନା କରିବା ପରେ ସମସ୍ୟାର ସମାଧାନ ହୋଇଛି । ଆଲୋଚନା ପରେ ସିପ୍ରା ମଲ୍ଲିକ କହିଛନ୍ତି ଯେ, ସେ  ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ । ସବୁ ଅସନ୍ତୋଷ ଭୁଲି ସମସ୍ତେ ଏକାଠି ହୋଇ କାମ କରିବେ ବୋଲି ସିପ୍ରା ମଲ୍ଲିକ କହିଛନ୍ତି । ନବୀନ ନିବାସରେ ଏକାଠି ହୋଇଥିଲେ ସିପ୍ରା ମଲ୍ଲିକ, କିଶୋର ତରାଇ ଓ ଶଶୀଭୂଷଣ ବେହେରା । ତାଙ୍କ ସହ ଥିଲେ ମହାକାଳପଡା ବିଜେଡି ବିଧାନସଭା ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ । ବିଜେଡିକୁ କେନ୍ଦ୍ରାପଡା ବିପୁଳ ଭୋଟରେ ଜିତାଇବୁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.