କେନ୍ଦ୍ରାପଡା ଏସ୍ପି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ବିଧାନସଭାରେ ହୋହଲ୍ଲା, ବିଧାୟକ ତାରା ବାହିନୀପତି କହିଲେ ସାମ୍ବାଦିକ ସୁରକ୍ଷିତ ନୁହନ୍ତି

ଭୁବନେଶ୍ବର ୧୮|୭: ବିଧାନସଭାରେ ଉଠିଲା ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ଏସପି ମାଡ ମାରିବା ଘଟଣାରେ ବିରୋଧୀଙ୍କ ପକ୍ଷରୁ ହଟ୍ଟଗୋଳ ହୋଇଛି । ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ଗୃହରେ ମଧ୍ୟଭାଗରେ ଧାରଣାରେ ବସିଲେ ବିଜେପି ସଦସ୍ୟ ।
ତାରା ବାହିନୀପତି କହିଛନ୍ତି ଯେ, ଏ ସରକାରରେ ସାମ୍ବାଦିକମାନେ ସୁରକ୍ଷିତ ନୁହନ୍ତି । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଅତି ନିନ୍ଦନୀୟ । ଯେଉଁଠି ସାମ୍ବାଦିକ ସୁରକ୍ଷିତ ନୁହନ୍ତି ସେଠି ସାଧାରଣ ଜନତା କେମିତି ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି ତାରା । ଗୃହରେ ଅନେକ ଥର ସାମ୍ବାଦିକଙ୍କ ସୁରକ୍ଷା ନେଇ ଆଲୋଚନା ହେଉଛି କିନ୍ତୁ କିଛି କାର୍ଯ୍ୟକାରୀ ହେଉନି । ବାଚସ୍ପତି ଏହା ଉପରେ ରୁଲିଂ ଦିଅନ୍ତୁ । କେନ୍ଦ୍ରାପଡା ଏସପିଙ୍କୁ ସସପେଣ୍ଡ କରାଯାଉ ବୋଲି ତାରା କହିଛନ୍ତି ।
ଗତକାଲି ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇଥିଲେ କେନ୍ଦ୍ରାପଡ଼ା ଏସ୍.ପି ନୀତି ଶେଖର । ଭିଡ ନିୟନ୍ତ୍ରଣ କରିବାକୁ ଯାଇ ଏକ ଚ୍ୟାନେଲର ସାମ୍ବାଦିକଙ୍କ ଉପରକୁ ହାତ ଉଠାଇଥିବା ଅଭିଯୋଗ ଆସିଥିଲା । ତେବେ ଏସପି ହାତ ଉଠାଇବା ଭିଜୁଆଲ ସୋସିଆଲ ମେଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି ।
241 Views