ସାମ୍ବାଦିକଙ୍କ ଉପରକୁ ହାତ ଉଠାଇଲେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ! ଭିଜୁଆଲ୍ ଭାଇରାଲ୍

Published By : Prameya-News7 Bureau | July 18, 2019 IST

କେନ୍ଦ୍ରାପଡା ୧୮|୭: ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇଲେ କେନ୍ଦ୍ରାପଡ଼ା ଏସ୍.ପି ନୀତି ଶେଖର । ଭିଡ ନିୟନ୍ତ୍ରଣ କରିବାକୁ ଯାଇ ଏକ ଚ୍ୟାନେଲର ସାମ୍ବାଦିକ ଅଜେଶ ମଲ୍ଲିକଙ୍କ ଉପରକୁ ହାତ ଉଠାଇଥିବା ଅଭିଯୋଗ ଆସିଛି । ତେବେ ଏସ୍.ପି ହାତ ଉଠାଇବା ଭିଜୁଆଲ ସୋସିଆଲ ମେଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି ।

{"id":134846,"width":577,"height":422}

ଏସ୍.ପି ନିଜ କ୍ଷମତାର ଅପବ୍ୟବହାର କରି ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାକୁ ରାଜ୍ୟ ବ୍ୟାପି ସାମ୍ବାଦିକ ମାନେ ନିନ୍ଦା କରିବା ପରେ ଏସ୍.ପି ଏକ ହ୍ବାଟସ ଆପ୍ ଗ୍ରୁପ୍ ରେ ନିଜର କିଛି ଭୁଲ ନାହିଁ ତଥାପି କ୍ଷମl ମାଗୁଛି ବୋଲି ଲେଖିଥିଲେ । ତେବେ ଆଜି ସାମ୍ବାଦିକଙ୍କୁ ମାଡ଼ ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲ୍ଲା ସାମ୍ବାଦିକ ମାନେ କଳାବ୍ୟାଜ୍ ପିନ୍ଧି ଘଟଣାର ପ୍ରତିବାଦ କରିବେ । କେବଳ ସେତିକି ନୁହେଁ ଏସ୍.ପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ସହ ତାଙ୍କ ବଦଳି ଦାବି କରିଛି ଜିଲ୍ଲା ସାମ୍ବାଦିକ ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.