ଭୁଲବଶତଃ ଗିରଫଦାରୀ ଲାଗି ଗ୍ରାମବାସୀଙ୍କ ଦ୍ବାରା ନିକରାଇ ଥାନା ପୋଲିସ ଅଟକ

Published By : Prameya-News7 Bureau | October 29, 2019 IST

କେନ୍ଦ୍ରାପଡ଼ା ୨୯।୧୦ :  କେନ୍ଦ୍ରାପଡା ନିକିରାଇ ଥାନାର ୪ ଜଣ ପୁଲିସ କର୍ମଚାରୀଙ୍କୁ ମଙ୍ଗଳବାର କୋର ଗ୍ରାମରେ ପ୍ରାୟ ୩ ଘଣ୍ଟା କାଳ ଅଟକ ରଖିଥିଲେ ଗ୍ରାମବାସୀ | ନିରଞ୍ଜନ ନାୟକ ମାମଲାରେ ସନ୍ଧ୍ୟାରେ ଶତାଧିକ ଗ୍ରାମବାସୀ ନିକିରାଇ ଥାନା ଅଧିକାରୀ କାବୁଲି ବାରିକଙ୍କ ଓ ୪ ଜଣ ପୁଲିସ କର୍ମଚାରୀ ଙ୍କସମେତ ଥାନା ଜିପ୍ କୁ ଅଟକ ରଖି ଥିଲେ |

{"id":176705}

ଗ୍ରାମର ନିରଞ୍ଜନ ନାୟକଙ୍କୁ ଏକ ମାମଲରେ ନିକିରାଇ ଥାନା ପୁଲିସ ଗିରଫ୍ କରିଥିଲା |ତେବେ ନିରଞ୍ଜନଙ୍କ ଗିରଫଦାରୀ ଭୁଲ୍ ବଶତଃ ହୋଇଥିବା ଜଣାପଡିବା ପରେ ପୋଲିସ ତାଙ୍କୁ  ସନ୍ଧ୍ୟାରେ ଛାଡିବାକୁ ଗାଁ କୁ ଆସିଥିଲା। ତେବେ ଉତ୍ୟକ୍ତ ଗ୍ରାମବାସୀ ପୁଲିସ କୁ ଅଟକ ରଖି ଥିଲେ |

{"id":176706}

ଗ୍ରାମର ମହିଳାମାନେ ପୁଲିସ ଜିପ୍ ଆଗରେ ଶୋଇରହି ରାସ୍ତା ଅବରୋଧ କରିଥିଲେ | ଶେଷରେ ପୁଲିସ ନିରଞ୍ଜନଙ୍କ ପରିବାର ସହିତ ବୁଝାମଣା କରି ଘଟଣା ସ୍ଥଳରୁ ମୁକୁଳିଛି।  ତେବେ ନିରଞ୍ଜନ ଙ୍କୁ ପୁଲିସ ମାରଧର କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି | ହେଲେ ଏ ନେଇ ପୁଲିସର ପ୍ରତିକ୍ରିୟା ମିଳି ପାରିନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.