Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ବର୍ଷା ଉଜାଡିଦେଲା ଚାଷୀର ପରିଶ୍ରମ, ଆଣ୍ଠୁଏ ପାଣିରେ ବୁଡି ରହିଛି ଧାନ ଫସଲ

6/12/2021 at 9:27 AM

ପଟ୍ଟାମୁଣ୍ଡାଇ,୦୬/୧୨: ବାତ୍ୟା ହେଲାନି । କିନ୍ତୁ ସର୍ବନାଶ କଲା ବର୍ଷା । ଉଜୁଡିଗଲା ବର୍ଷକର ପରିଶ୍ରମ । ପାଣିରେ ପଚିଗଲା ଚାଷୀର ସୁନାର ଫସଲ । ବର୍ଷେ ଧରି ଚାଷୀ କରିଥିବା ପରିଶ୍ରମ ପାଣିରେ ପଡିଲା । ଏପରି ଦୃଶ୍ୟ ଦେଖିବାକୁ ମିଳିଚି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ।

ବାତ୍ୟା ଜଓ୍ୱାଦ ଜନିତ ବର୍ଷା ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜନଗର , ପଟ୍ଟାମୁଣ୍ଡାଇ ଆଦି  ଅଞ୍ଚଳରେ ଧାନ ଚାଷ ନଷ୍ଟ ହୋଇଛି । କେବଳ ଧାନ ନୁହେଁ ବିରି, ମୁଗ, ପନି ପରିବା ଆଦି ଉଜୁଡିବାକୁ ବସିଲାଣି ।  ବିଲରେ  ପାଚିଲା ଧାନ ଲୋଟି ପଡିଛି । ଆଣ୍ଠୁଏ ଆଣ୍ଠୁଏ ପାଣିରେ ଧାନ ଗଛ ପଡି ରହିଛି । ଫଳରେ  ସବୁ ପଚିବାକୁ ବସିଲାଣି ।  ଯାହାକୁ ନେଇ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।

   Related Posts