Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ମର୍ଡର ଲାଇଭ୍ ; ଖଣ୍ଡାରେ ହାଣି ହତ୍ୟା କରିବାର ଭିଡିଓ ଭାଇରାଲ୍

1/12/2018 at 11:27 AM

କେନ୍ଦ୍ରାପଡା ୦୧|୧୨: ମର୍ଡର ଲାଇଭ । ଖଣ୍ଡାରେ ହାଣି ହତ୍ୟା କରିବାର ଭିଡିଓ ଭାଇରାଲ୍ ହୋଇଛି । ସାମ୍ନାକୁ ଆସିଛି ଏମିତି ଏକ ବୀଭତ୍ସ ହତ୍ୟାକାଣ୍ଡର ଭିଡିଓ, ଯାହା ଦେଖିଲେ ଦେହ ଶୀତେଇ ଯିବ । ଦିନ ଦ୍ବିପ୍ରହରରେ ସମସ୍ତଙ୍କ ଆଖି ଆଗରେ ସଂଘବଦ୍ଧ ଆକ୍ରମଣ କରିଥିଲେ ୩ ଅଭିଯୁକ୍ତ ।

ଗତକାଲି ସନ୍ଧ୍ୟାରେ ରାଜକନିକା ଓଲାଭର ବାଇସାହି ଗାଁର ଘଟଣା । ମୃତକ ହେଉଛନ୍ତି ବାଇସାହି ଗାଁର ବିନୋଦ ବାଇ । ବିନୋଦ ଜଣେ ଅଣ ଓଡିଆ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିବା ଅଭିଯୋଗ କରୁଥିଲେ ସ୍ଥାନୀୟ ଲୋକ । ଏହାକୁ କେନ୍ଦ୍ର କରି ଝଗଡା ଲାଗିଥିଲା । ଯାହା ଭୟଙ୍କର ରୂପ ନେଇଥିଲା । ବିନୋଦଙ୍କୁ ମୂମୁର୍ଷୁ ଅବସ୍ଥାରେ ପ୍ରଥମେ ରାଜକନିକା ଓ ପରେ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତର କରାଯାଇଥିଲା । ହେଲେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅଣଓଡିଆ ମହିଳାଙ୍କୁ ମଧ୍ୟ ଆକ୍ରମଣ ହୋଇଛି । ତେବେ ଆକ୍ରମଣର ଭିଡ଼ିଓ ଆସିବା ପରେ ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି ।

   Related Posts