କେନ୍ଦ୍ରାପଡା ଜିଲ୍ଲାରେ ବୈଜୟନ୍ତଙ୍କୁ ବିଜେପିର ବିରୋଧ ; କୁଶପୁତ୍ତଳିକା ଦାହ, ଅଣ୍ଡା ମାଡ କରିବାକୁ ଚେତାବନୀ

Published By : Prameya-News7 Bureau | April 04, 2019 IST

କେନ୍ଦ୍ରାପଡା ୪|୪: ବୈଜୟନ୍ତଙ୍କ ବିରୋଧରେ ଏକାଠି ହେଉଛନ୍ତି ଦଳୀୟ କର୍ମୀ । ଅଣ୍ଡା ମାଡ କରିବାକୁ ବି ପଛାଇବେ ନାହିଁ ବୋଲି ଘୋଷଣା କରିସାରିଲେଣି । କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଗୋଟିଏ ପଟେ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ବିଜେପି ଅସନ୍ତୁଷ୍ଟଙ୍କ ମେଳି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରେ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରାଯାଉଥିବା ବେଳେ ମୂଳ ବିଜେପି କର୍ମୀମାନେ ଏକାଠି ହୋଇ ବୈଜୟନ୍ତଙ୍କୁ ବିରୋଧ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି।

{"id":100008}

ମହାକାଳପଡା ନିର୍ବାଚନମଣ୍ଡଳୀରୁ ବିଜୟ କୁମାର ପ୍ରଧାନଙ୍କୁ ବିଜେପିର ବିଧାୟକ ପ୍ରାର୍ଥୀ କରାଯିବା ପରେ ବୈଜୟନ୍ତଙ୍କ ବିରୋଧରେ ଦଳ ମଧ୍ୟରେ କର୍ମୀମାନେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି। ବିଜେପି କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରିଛନ୍ତି। ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । 

{"id":100005}

ମହାକାଳପଡାରେ ଦକ୍ଷ ଓ ଅଭିଙ୍ଗ ନେତା ଥିଲେ ମଧ୍ୟ ୧୦ ଦଶ ଥର ଦଳ ବଦଳାଇ ଥିବା ଜଣେ ନେତାଙ୍କୁ କିଭଳି ଭାବେ ଟିକେଟ୍ ମିଳିଲା ତାହାକୁ ନେଇ ଜୋର ଧରିଛି ବିରୋଧ। ଏହି ଟିକେଟ୍ ବଣ୍ଟାରେ ବୈଜୟନ୍ତ ପଣ୍ଡାଙ୍କ ହାତ ରହିଥିବା କର୍ମୀ ଅଭିଯୋଗ କରିଛନ୍ତି । ଯଦି ଆଗାମୀ ଦିନରେ  ଟିକେଟ୍ ପରିବର୍ତ୍ତନ ନ ହୁଏ ତାହାଲେ ଚଳିତ ନିର୍ବାଚନରେ ବିଜୟ ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କୁ ଘୋର ବିରୋଧ କରାଯିବା ସହ ମହାକାଳପଡା ମାଟିରେ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡାମାଡ ହେବା ସହ ତାଙ୍କ ବିରୋଧରେ ତୀବ୍ର ପ୍ରତିବାଦ କରାଯିବ ବୋଲି କର୍ମୀ ଖୁଲମଖୁଲା ଘୋଷଣା କରିଛନ୍ତି ।

{"id":100010}

ବୈଜୟନ୍ତଙ୍କର ନିର୍ବାଚନମଣ୍ଡଳୀରେ ନିଜର ସ୍ବତନ୍ତ୍ର ପତିଆରା ରହିଛି। ବୈଜୟନ୍ତଙ୍କ ବିରୋଧରେ ବିଜେଡି ରାଜ୍ୟସଭା ସାଂସଦ ତଥା ଓଡିଆ ଚଳଚିତ୍ରର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକଙ୍କୁ ରିପିଟ୍ କରିଛି। ଏଭଳି ସ୍ଥିତିରେ ବିଜେପିରେ ବୈଜୟନ୍ତଙ୍କ ବିରୋଧରେ ଦଳୀୟ କର୍ମୀ ଏକଜୁଟ ହେବା ଘଟଣା ରାଜନୈତିକ ବାତାବରଣକୁ ଉଷ୍ମ କରିଛି। ବୈଜୟନ୍ତ ପ୍ରଥମେ ଦଳ ଭିତରର ବିଦ୍ରୋହକୁ କିଭଳି ମୁକାବିଲା କରିବେ, ତାହା ଉପରେ ନଜର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.