Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ରାଜନଗରରେ ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପ୍ରଚାର

5/04/2019 at 9:44 AM

ରାଜନଗର ୫|୪ : ନିର୍ବାଚନ ମଇଦାନରେ ପ୍ରଚାରକୁ ଜୋରଦାର କରିଛନ୍ତି ଅନୁଭବ । ରାଜନଗରରେ ବିଶାଳ ଶୋଭାଯାତ୍ରା କରି ପ୍ରଚାର କରିଛନ୍ତି କେନ୍ଦ୍ରାପଡା ଲୋକସଭା ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି । ତାଙ୍କ ସହ ରାଜନଗର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ । କେନ୍ଦ୍ର ସରକାରଙ୍କ ବିଫଳତା ଓ ରାଜ୍ୟ ସରକାରଙ୍କ ସଫଳତା ବଖାଣିଥିଲେ ଅନୁଭବ । ଦୁଇ ଦୁଇ ଥର ସାଂସଦ ଥିବା ବୈଜୟନ୍ତ ପଣ୍ଡାଙ୍କୁ ସମାଲୋଚନା କରିବା ସହ କେନ୍ଦ୍ରାପଡାର ବିକାଶ ପାଇଁ ତାଙ୍କୁ ସମର୍ଥନ ଦେବା ପାଇଁ ଭୋଟରଙ୍କୁ ଅପିଲ କରିଛନ୍ତି ଅନୁଭବ ।

ଏଥର କେନ୍ଦ୍ରାପଡାରେ ବିଜେଡି ବିଜୟଲାଭ କଲେ, ଜିଲ୍ଲାର ବିକାଶ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଗତ ଦୁଇ ଥର ଏହି ଲୋକସଭା ଆସନରୁ ବିଜେଡି ଟିକେଟରୁ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିବା ବୈଜୟନ୍ତ ପଣ୍ଡା ଏଥର କିନ୍ତୁ ବିଜେପି ଟିକେଟରେ ମଇଦାନକୁ ଓହ୍ଲାଇଛନ୍ତି । ସେପଟେ ଧରଣୀଧର ନାଏକ କଂଗ୍ରେସ ଟିକେଟରୁ ଏହି ଲୋକସଭା ଆସନ ପାଇଁ ମଇଦାନକୁ ଓହ୍ଲାଇଥିବା ବେଳେ, କେନ୍ଦ୍ରାପଡାରେ ଏଥର କଡା ଟକ୍କର ଦେଖିବାକୁ ମିଳିବ ।

   Related Posts