ଆଜି କେନ୍ଦ୍ରୀୟ ଟିମ୍‌ର କେନ୍ଦ୍ରାପଡା ଗସ୍ତ, 'ୟସ୍' କ୍ଷୟକ୍ଷତିର କରିବ ଅନୁଧ୍ୟାନ

Published By : Prameya-News7 Bureau | June 08, 2021 IST

ଭୁବନେଶ୍ୱର, ୦୮|୦୬ : ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ମଙ୍ଗଳବାର କେନ୍ଦ୍ରୀୟ ଟିମ କେନ୍ଦ୍ରାପଡା ପରିଦର୍ଶନ କରିବେ। କେନ୍ଦ୍ରାପଡା ଜିଲ୍ଲାର ସର୍ବାଧିକ ବାତ୍ୟା ପ୍ରଭାବିତ ରାଜନଗର ଓ ରାଜକନିକା ବ୍ଳକ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିାପଇଁ ମଙ୍ଗଳବାର ଚାନ୍ଦବାଲିରୁ ବାହାରି ସକାଳ ୧୧ ବେଳେ ରାଜନଗରର ପହଞ୍ଚିବେ କେନ୍ଦିୟ ଟିମ୍ ।

ବାତ୍ୟା ୟସରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ଭିଡ଼ିଓ କ୍ଲିପ ଜରିଆରେ ଟିମକୁ ଅବଗତ କରିବ। ତେବେ ଜିଲ୍ଲାରେ ବିଭିନ୍ନ ନଦୀବନ୍ଧ ବାତ୍ୟା ସମୟରେ ହୋଇଥିବା ଲଗାଣ ବର୍ଷା ଯୋଗୁ ପ୍ରଭାବିତ ହୋଇଥିବା ଜିଲ୍ଲାପାଳ ଅମୃତ ୠତୁରାଜ ସୂଚନା ଦେଇଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ଜନସଂଖ୍ୟା ପ୍ରାୟ ୧୫ ଲକ୍ଷ ୨୦ ହଜାର । ତେବେ ୟାସ ବାତ୍ୟା ରେ ୭୯୯ ଗୋଟି କଚ୍ଚା ଘର ଭାଙ୍ଗି ଯାଇଥିବା ବେଳେ ଖରାଦିନିଆ ପନିପରିବା ଓ ଫସଲ ବିଶେଷ ଭାବେ ନଷ୍ଟ ହୋଇଛି।

ସୋମବାର ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ର କୃଷି ମନ୍ତ୍ରାଳୟର ନିର୍ଦ୍ଦେଶକ ବିପୁଲ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ବରେ ଅର୍ଥ ମନ୍ତ୍ରାଳୟର ସହନିର୍ଦ୍ଦେଶକ ସୁରଜ କୁମାର ପ୍ରଧାନ, ରାସ୍ତା ଓ ଜାତୀୟ ରାଜପଥ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶାଶ୍ବତ ମହାପାତ୍ର ଭଦ୍ରକ ଗସ୍ତରେ ଆସିଥିବାବେଳେ ଅନ୍ୟ ଏକ ଟିମ୍ ରେ ସ୍ବରାଷ୍ଟ୍ର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏସ୍ ସିଂହ ବର୍ଣ୍ଣୱାଲଙ୍କ ନେତୃତ୍ବରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ କୈଳାସ କୁମାର, ଶକ୍ତି ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଶିଶିର ପ୍ରଧାନ ଓ ମତ୍ସ୍ୟସମ୍ପଦ ବିଭାଗର ଟେକ୍ନିକାଲ ଅଧିକାରୀ ଦିଗାମ୍ବର ସ୍ବାଇଁ ବାଲେଶ୍ବର ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.