Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||

୩ ଦିନ ବଢିଲା କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ସଟ୍ ଡାଉନ୍ ଅବଧି

25/08/2020 at 10:05 AM

କେନ୍ଦ୍ରାପଡା ୨୫।୮: କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଟ୍ ଡାଉନ୍ ଅବଧି ବୃଦ୍ଧି ପାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ୩ ଦିନ ସଟ୍ ଡାଉନ୍ ଅବଧିକୁ ବଢାଇ ଦିଆଯାଇଛି । ଅଗଷ୍ଟ ୨୮ରେ ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟ ସ୍ବାଭାବିକ ହେବ । ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲଗାତର କିଛି ଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଯାହା ଏବେ ୪୦ ଟପି ସାରିଲାଣି । କଂଟାକ୍ଟ ଟ୍ରେସିଂ କରିବା ତଥା ସଂକ୍ରମଣକୁ ରୋକିବାକୁ ଯାଇ ପ୍ରଶାସନ ଅଗଷ୍ଟ ୨୧ ଅପରାହ୍ଣ ୪ଟାରୁ ୩ ଦିନ ପାଇଁ ମେଡିକାଲ୍‌କୁ ସଟ୍‌ ଡାଉନ୍‍ ଘୋଷଣା କରାଯାଇଥିଲା । ମେଡିକାଲ୍‌ ସଟ୍‌ଡାଉନ୍‍ ଥିଲେ ହେଁ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ, କାଜୁଆଲଟି, ଜରୁରି ବିଭାଗ, ଫିଭର୍‌ କ୍ଲିନିକ୍‌କୁ କଟକଣାରୁ ମୁକ୍ତ କରାଯାଇଛି । ଏଥିସହ ଡାକ୍ତରମାନେ ଟିକେଟ୍‍ କାଉଣ୍ଟର ପାଖରେ ଗୁରୁତର ରୋଗୀଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବାକୁ କୁହାଯାଇଛି । ତେବେ ଅଦ୍ୟାବଧି ଚିକିତ୍ସା କରୁଥିବା କେହି ଡାକ୍ତର ଅବା ନର୍ସ ପଜିଟିଭ୍‍ ବାହାରି ନଥିବା ଜଣାପଡ଼ିଛି । ମେଡିକାଲ୍‌କୁ ଘନଘନ ସାନିଟାଇଜ୍‍ କରାଯିବା ସହ କଂଟାକ୍ଟ ଟ୍ରେସିଂ ଚାଲୁ ରହିଛି ।

କେନ୍ଦ୍ରାପଡ଼ାରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି । ପୁଣି କେନ୍ଦ୍ରାପଡ଼ାରେ ୪୩ ଜଣ ଚିହ୍ନଟ ହୋଇଥିଲେ । ଏଥିରେ ରାଜକନିକାର ୨୪, କେନ୍ଦ୍ରାପଡ଼ାର ୮, ମହାକାଳପଡ଼ା ଓ ରାଜନଗରର ୫, ଆଳି ୪, କେନ୍ଦ୍ରାପଡ଼ା ପୌରପାଳିକା, ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇରୁ ୨ ଜଣ ଲେଖାଏଁ, ଡେରାବିଶ ଓ ପଟ୍ଟାମୁଣ୍ଡାଇ ପୌରପାଳିକାରୁ ଜଣେ ଲେଖାଏଁ ଅଛନ୍ତି ।

ଚିହ୍ନଟ ୪୩ ଜଣଙ୍କୁ ମିଶାଇ ଜିଲ୍ଲାରେ ୧୧୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ସେଥି ମଧ୍ୟରୁ ୭୫୬ ଜଣ ସୁସ୍ଥ ହୋଇଥିବା ବେଳେ ୩୯୬ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି ।

   Related Posts