ଦୁର୍ଘଟଣାରେ ପ୍ରାଣ ହରାଇଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସାହାସୀ ବାଳକ ସିତୁ

Published By : Prameya-News7 Bureau | August 03, 2019 IST

ପଟ୍ଟାମୁଣ୍ଡାଇ ୩|୮: ଆଉ ନାହାନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ରାଜନଗରର ସାହାସୀ ପୁଅ ସିତୁ । ଯେଉଁ ସିତୁକୁ ନେଇ ଖାଲି ରାଜନଗର ନୁହେଁ ସମଗ୍ର ଓଡିଶା ଦିନେ ଗର୍ବ କରୁଥିଲା ସେ ଆଜି ଆରପାରିରେ । ଗତକାଲି ପ୍ରାୟ ସନ୍ଧ୍ୟା ୫ଟାରେ ସିତୁ ତାର ପିଉସୀ ପୁଅ ଭାଇ ଟୁଟୁଙ୍କ ସହ ପିଉସୀ ଘର ରାଜକନିକାରୁ ତାଙ୍କ ଗାଁ କଣ୍ଡିରାକୁ ଫେରୁଥିବା ବାଟରେ ରାଜନଗର ବ୍ଲକ୍ ଜଳି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ହାଇଓ୍ବା ଗାଡି ସିତୁଙ୍କ ଗାଡି ସହ ମୁହାଁମୁହିଁ ଧକ୍କା ହେବା ଫଳରେ ସିତୁଙ୍କ ଗାଡି ରାସ୍ତା ତଳକୁ ଖସିପଡିଥିଲା । ଏହାପରେ ହାଇଓ୍ବା ଗାଡିଟି ଭାରସମ୍ୟ ହରାଇ ସିତୁଙ୍କ ଗାଡି ଉପରେ ପଡିଥିଲା ଯାହାଫଳରେ ଘଟଣାସ୍ଥଳରେ ସିତୁ ଓ ତାଙ୍କ ଭାଇ ଟୁଟୁ ପ୍ରାଣ ହରାଇଥିଲେ । ସୁନା ପୁଅ ସିତୁକୁ ହରାଇ ସାରା ରାଜନଗର ସ୍ତବ୍ଧ ହୋଇଯାଇଛି । ସିତୁକୁ ଝୁରି ଝୁରି ତାଙ୍କ ମା ଆଖିରୁ ଲୁହ ଶୁଖିନି ।

ଅନ୍ୟପଟେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କ ପରିବାରକୁ ଦୁଇଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଥିବା ବେଳେ ରାଜନଗର ବିଧାୟକ ଧୃବ ସାହୁ ଶୋକପ୍ରକାଶ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.