କେନ୍ଦ୍ରାପଡା ଡଙ୍ଗାବୁଡି ଘଟଣା : ମା ଆଖି ଆଗରେ ଭାସିଗଲା ପୁଅ, ଭଉଣୀ ଆଖି ଆଗରେ ବୁଡିଗଲା ଭାଇ, ଏବେ ବି ନିଖୋଜ ଶିଶୁର ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

Published By : Prameya-News7 Bureau | January 03, 2019 IST

କେନ୍ଦ୍ରାପଡା ୩|୧: କେନ୍ଦ୍ରାପଡା ଡଙ୍ଗାବୁଡି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁରମ୍ପାମୂଳକ ସହାୟତା ଯୋଗାଇବାକୁ ଘୋଷଣା କରିଥିବା ବେଳେ ଆହତଙ୍କ ଚିକିତ୍ସା ମାଗଣାରେ କରାଯିବାକୁ କହିଛନ୍ତି । ସେପଟେ ଦୁର୍ଘଟଣାର କାରଣ ଖୋଜା ଆରମ୍ଭ ହୋଇଥିବା ବେଳେ ନିଖୋଜ ଶିଶୁକୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ । ଡଙ୍ଗାବୁଡି ଘଟଣାର ଦୁଃଖଦ ମୁହୁର୍ତ୍ତ ବୟାନ କରିଛନ୍ତି ଉଦ୍ଧାର ପାଇଥିବା ଲୋକେ ।

{"id":70078}

ନୂଆବର୍ଷ ପାଇଁ ବଣ ଭୋଜି ସାରି ଖୁସି ଗପରେ ଫେରୁଥିଲେ । ହେଲେ ବିଧିର ବିଧାନ ଥିଲା ଅଲଗା । ଅଚାନକ ମଝି ନଈରେ ସବୁକିଛି ବଦଳି ଯାଇଥିଲା । ଡଙ୍ଗାବୁଡି ସଲିଳ ସମାଧି ହୋଇଗଲେ ୯ଜଣ ।ଯେଉଁମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ୭ ଜଣ ଶିଶୁ ଅଛନ୍ତି । ଏବେବି ଜଣେ ଶିଶୁ ନିଖୋଜ ଅଛି । ତାକୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଛି । ଅନ୍ୟ ଆହତମାନେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ୯ ଜଣଙ୍କ ମୃତ୍ୟୁ ପରେ କେନ୍ଦ୍ରାପଡ଼ା ହସିନା ଗାଁରେ ଶୋକର ଛାୟା ଖେଳି ଯାଇଛି ।  ଦୁର୍ଘଟଣା ପାଇଁ ୨ ଡଙ୍ଗା ଚାଳକଙ୍କୁ ପୋଲିସ ଅଟକ ରଖିବାରୁ ସେମାନଙ୍କୁ ଛାଡିବା ଦାବିରେ ହସିନା ଗାଁ ଲୋକ କଟକ-ପାରାଦୀପ ରାସ୍ତା ଅବରୋଧ କରିଥିଲେ ।

{"id":70080}

କାଲି ଜଗତସିଂପୁର କୁଜଙ୍ଗ ମଙ୍ଗରାଜପୁର ହସିଣା ଗାଁର କିଛି ଲୋକ ବଣଭୋଜି ପାଇଁ ଯାଇଥିଲେ । ଶକ୍ତିମୟୀ ମା ମଙ୍ଗଳା ନାମକ ଏକ ବୋଟରେ ଚଉମୁହାଣ ଅଭିମୁଖେ ବାହାରିଥିଲେ । କେନ୍ଦ୍ରାପଡା ଜମ୍ବୁ ବତୀଘର ନିପାଣିଆ ଠାରେ ସଂଧ୍ୟା ପ୍ରାୟ ସାଢେ ୬ଟାରେ ଡଙ୍ଗାଟି ଓଲଟି ପଡିଥିଲା । ସେହି ସମୟରେ ସମୁଦ୍ରରେ ଜୁଆର ଥିବାରୁ ପାଣି ସ୍ରୋତରେ ଭାସିଯାଇଥିଲେ ୧୦ ଜଣ ଯାତ୍ରୀ ।  ପାଣିରେ ବୁଡି ୯ ଜଣ ପ୍ରାଣ ହରାଇଥିଲେ । ନିମିଷିକ ମଧ୍ୟରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ଡଙ୍ଗା ବୁଡି ଘଟଣାର କାରଣ ଜାଣିବା ପାଇଁ ଘଟଣାସ୍ଥଳକୁ ଆଇଡବ୍ଲୁଡିର ନିର୍ଦ୍ଦେଶକ  ଯାଇଛନ୍ତି । ତାଙ୍କ ସହ ବିଭାଗୀୟ ଅଧିକାରୀମାନେ ବି ଯାଇଛନ୍ତି । ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ପରିବହନ ମନ୍ତ୍ରୀ ନୃସିଂହ ସାହୁ କହିଛନ୍ତି । ସେପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ଡଙ୍ଗାବୁଡି ଘଟଣାରେ ଆହତମାନଙ୍କ ସମସ୍ତ ଚିକିତ୍ସା ମାଗଣାରେ କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।

{"id":70082}

ଏହି ମର୍ମନ୍ତୁଦ ଦୁର୍ଘଟଣା ଉଜାଡି ଦେଇଛି ଅନେକଙ୍କ ପରିବାର । ମା ଆଖିରେ ପୁଅ ଚାଲି ଯାଇଛି ତ, କେଉଁଠି ଭଉଣୀ ଅଗରେ ତାର ଛୋଟ ଭାଇ, ଭଉଣୀ ଭାସି ଯାଇଛନ୍ତି । ଆଉ ଯେଉଁମାନେ ଭାଗ୍ୟ ଟାଣରୁ ବଞ୍ଚି ଯାଇଛନ୍ତି ସେମାନେ ଏବେ ଚିକିତ୍ସିତ ହେଉଛନ୍ତି । ହସିଣା ଗାଁର କବିତା ତରାଇ ଓ ତାଙ୍କର ୬ ବର୍ଷର ପୁଅ ସ୍ବାଧୀନ ଦୁଇ ଜଣ ଯାକ ଭଗବାଙ୍କ କୃପାରୁ ବଞ୍ଚି ଯାଇଛନ୍ତି । ସେହିପରି ୧୦ ବର୍ଷର ବାଳକ ଚିରଞ୍ଜୀବ ଦଳାଇ । ସାହସ ସହକାରେ ଗଛ ଡାଳକୁ ଧରି ଜୀବନ ବଞ୍ଚାଇଛନ୍ତି ।  ସେହିପରି ହସିଣା ଗାଁର ଚିନୁ ଲତା ସ୍ବାଇଁ ତାଙ୍କର ଖୁଡି ଓ ଦୁଇ ସାନ ଭଉଣୀ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ସହ ଥିବା ଦାଦାଙ୍କ ପୁଅ ବଞ୍ଚି ଯାଇଛି । ସେହିପରି ଅନ୍ନପୂର୍ଣ୍ଣା ସାହୁଙ୍କ ୧୨ବର୍ଷର ପୁଅ ମୃତ୍ୟୁବରଣ କରିଥିବା ବେଳେ ଏକ ଗଛ ଡାଳକୁ ଧରି ସେ ବଞ୍ଚି ଯାଇଛନ୍ତି ।

{"id":70084}

ଚିକିତ୍ସିତ ୨୨ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଛି । ଅନ୍ୟମାନେ ଧିରେଧିରେ ସୁସ୍ଥ ହେଉ ଥିବା କୁଜଙ୍ଗ ମେଡିକାଲ ଅଫିସର କହିଛନ୍ତି ।

{"id":70085}

ଏହି ଦୁଃଖଦ ଘଟଣା ସାରା ଅଞ୍ଚଳକୁ ଦୋହଲାଇ ଦେଇଥିବା ବେଳେ ଭବିଷ୍ୟତରେ ଏହାର ପୁନରାବୃତ୍ତି କିପରି ନହେବ ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.