Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ହୁକିଟୋଲା ଡଙ୍ଗାବୁଡି ଘଟଣା ; ମିଳିଲା ନିଖୋଜ ଶିଶୁର ମୃତଦେହ, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

4/01/2019 at 1:59 PM

ମହାକାଳପଡା ୦୪I୦୧: କେନ୍ଦ୍ରାପଡା ହୁକିଟୋଲା ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଡଙ୍ଗା ଓଲଟି ପଡିବା ପରେ ୯ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଜଣେ ଶିଶୁ ନିଖୋଜ ଥିଲା । ଆଜି ନିଖୋଜ ଥିବା ଶିଶୁର ମୃତଦେହ ମିଳିଛି । ଦୁର୍ଘଟଣାସ୍ଥଳରୁ ୩କିଲୋମିଟର ଦୂରରୁ ମୃତଦେହ ଉଦ୍ଧାର କରିଛନ୍ତି ଏଡିଆରଏଫ୍ ଟିମ୍ । ଗତକାଲି ୯ ଜଣଙ୍କ ମୃତଦେହକୁ ଏକସଙ୍ଗେ ଗାଁ ମଶାଣି କୁଜଙ୍ଗ ହସିଣା ଗାଁରେ ଶେଷ ବିଦାୟ ଦେଇଥିଲେ ଗ୍ରାମବାସୀ । ଏହି ଘଟଣା ସାରା ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି । ଏହି ଘଟଣା ପାଇଁ କିଏ ଦାୟୀ ସେନେଇ କାରଣ ଖୋଜାଚାଲିଛି ।

ନୂଆବର୍ଷରେ ପିକନିକ ପାଇଁ ବୁଧବାର ଦିନ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ପଂଚାୟତର ହସିଣା ଗାଁର ୫୫ଜଣ ଯାତ୍ରୀ ଏକ ଯନ୍ତ୍ର ଚାଳିତ ଡଙ୍ଗାରେ ପାରାଦ୍ବୀପ ଠାରୁ ହୁକିଟୋଲାକୁ ଯାଇଥିଲେ ପିକନିକ୍ ପାଇଁ ।ସେମାନେ ହୁକିଟୋଲାରେ ବଣଭୋଜି କରି ଫେରିବା ସମୟରେ ଏହି ଅଘଟଣ ଘଟିଛି । ହୁକିଟୋଲା ବଙ୍ଗୋପସାଗର ଚଟକାରୁ ବତୀଘର ଦେଇ ମହାନଦୀ ମୁହାଣକୁ ଆସିବା ବାଟରେ ନିପାଣିଆ ଠାରେ ଜଣେ ସ୍ତ୍ରୀ ଲୋକ ଶୌଚ ହେବାକୁ ଡଙ୍ଗା ରଖିବାକୁ କହିଥିଲେ । ସ୍ତ୍ରୀ ଲୋକଙ୍କ ସହିତ ଆଉ ଚାରିଜଣ ମଧ୍ୟ କୁଳକୁ ଆସିଥିଲେ । ଶୌଚ ସାରି ଡଙ୍ଗାରେ ସେମାନେ ଚଢିଥିଲେ । କୂଳରୁ ଡଙ୍ଗାକୁ ଠେଲି ଦେବା ସମୟରେ  ଦୁର୍ଘଟଣା ଘଟିଥିଲା । ଡଙ୍ଗାରେ ଆବଶ୍ୟକତା ଠାରୁ ଯାତ୍ରୀ ଅଧିକ ଥିବାରୁ  ଏକପାଖିଆ ହୋଇଯାଇଥିଲା । ଯାହାଫଳରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଡଙ୍ଗା । ଏହି ଦୁର୍ଘଟଣା ସଂଧ୍ୟା ପ୍ରାୟ ୬ଟାରୁ ସାଢେ ୬ଟା ମଧ୍ୟରେ ଘଟିଥିଲା । ନଦୀରେ ସେହି ସମୟରେ ଜୋରରେ ଜୁଆର ଥିବାରୁ ପାଣି ଶ୍ରୋତରେ ଭାସିଯାଇଥିଲେ ୧୦ ଜଣ ଯାତ୍ରୀ । ସ୍ଥାନୀୟ ନିପାଣିଅ ଗ୍ରାମବାସୀ ଲୋକଙ୍କ ଚିତ୍କାର ଶୁଣି ତୁରନ୍ତ ଉଦ୍ଧାର କାମ ଲାଗି ପଡିଥିଲେ ଛୋଟ ଡଙ୍ଗା ସାହାଯ୍ୟରେ ୪୫ଜଣଙ୍କୁ ଉଦ୍ଧାର କରିଥିଲେ  । ଖବର ପାଇ ପ୍ରଥମେ ବତିଘର ବନ ବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ୯ ଜଣଙ୍କର ଶବ ଉଦ୍ଧାର କରିଥିଲେ । ଆଜି ଜଣେ ଶିଶୁର ମୃତଦେହ ଉଦ୍ଧାର ହୋଇଛି ।

   Related Posts