ହୁକିଟୋଲା ଡଙ୍ଗା ବୁଡି ଘଟଣା : କୁଜଙ୍ଗ ଚଉମୁହାଣ ଘାଟରେ ପହଞ୍ଚିଲା ସମସ୍ତ ମୃତଦେହ

Published By : Prameya-News7 Bureau | January 03, 2019 IST

କୁଜଙ୍ଗ ୦୩|୦୧: କେନ୍ଦ୍ରାପଡା ହୁକିଟୋଲାରୁ ପିକନିକ୍ ସାରି ଫେରୁଥିବା ବେଳେ ଡଙ୍ଗା ବୁଡି ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବାବେଳେ ୭ ଜଣ ଶିଶୁ ଅଛନ୍ତି । ଜଣେ ଶିଶୁ ନିଖୋଜ ହୋଇଛି । ଡଙ୍ଗା ସାହାଯ୍ୟରେ କୁଜଙ୍ଗ ଚଉମୁହାଣ ଘାଟ ନିକଟକୁ ସମସ୍ତଙ୍କ ମୃତଦେହ ଆଣାଯାଇଛି । ମୃତଦେହ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ସାହାଯ୍ୟରେ କୁଜଙ୍ଗ ମେଡିକାଲକୁ ପଠାଯାଇଛି । ବ୍ୟବଚ୍ଛେଦ ପରେ ମୃତଦେହ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ । ଏହାପରେ ଶବ ସଂସ୍କାର କରାଯିବ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ବତୀଘର ନିପାଣିଆଠାରେ ଡଙ୍ଗା ବୁଡିଯାଇଥିଲା ।

{"id":69934}

ସୂଚନା ଅନୁସାରେ ନୂଆବର୍ଷରେ ପିକନିକ ପାଇଁ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଂଚାୟତର ହସିଣା ଗାଁର ୫୫ଜଣ ଯାତ୍ରୀ ଏକ ଯନ୍ତ୍ର ଚାଳିତ ଡଙ୍ଗାରେ ପାରାଦ୍ବୀପ ଠାରୁ ହୁକିଟୋଲାକୁ ଯାଇଥିଲେ ପିକନିକ୍ ପାଇଁ । ସେମାନେ ହୁକିଟୋଲାରେ ବଣଭୋଜି କରି ଫେରିବା ସମୟରେ ଏହି ଅଘଟଣ ଘଟିଛି । ହୁକିଟୋଲା ବଙ୍ଗୋପସାଗର ଚଟକାରୁ ବତୀଘର ଦେଇ ମହାନଦୀ ମୁହାଣକୁ ଆସିବା ବାଟରେ ନିପାଣିଆ ଠାରେ ଜଣେ ସ୍ତ୍ରୀ ଲୋକ ଶୌଚ ହେବାକୁ ଡଙ୍ଗା ରଖିବାକୁ କହିଥିଲେ । ସ୍ତ୍ରୀ ଲୋକଙ୍କ ସହିତ ଆଉ ଚାରିଜଣ ମଧ୍ୟ କୁଳକୁ ଆସିଥିଲେ । ଶୌଚ ସାରି ଡଙ୍ଗାରେ ସେମାନେ ଚଢିଥିଲେ । କୂଳରୁ ଡଙ୍ଗା କୁ ଠେଲି ଦେବା ସମୟରେ  ଦୁର୍ଘଟଣା ଘଟିଥିଲା । ଡଙ୍ଗାରେ ଆବଶ୍ୟକତା ଠାରୁ ଯାତ୍ରୀ ଅଧିକ ଥିବାରୁ  ଏକପାଖିଆ ହୋଇଯାଇଥିଲା । ଯାହାଫଳରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଡଙ୍ଗା ।

{"id":69935}

ଏହି ଦୁର୍ଘଟଣା ସଂଧ୍ୟା ପ୍ରାୟ ୬ଟାରୁ ସାଢେ ୬ଟା ମଧ୍ୟରେ ଘଟିଥିଲା । ନଦୀରେ ସେହି ସମୟରେ ଜୋରରେ ଜୁଆର ଥିବାରୁ ପାଣି ଶ୍ରୋତରେ ଭାସିଯାଇଥିଲେ ୯ ଜଣ ଯାତ୍ରୀ । ସ୍ଥାନୀୟ ନିପାଣିଅ ଗ୍ରାମବାସୀ ଲୋକଙ୍କ ଚିତ୍କାର ଶୁଣି ତୁରନ୍ତ ଉଦ୍ଧାର କାମ ଲାଗି ପଡିଥିଲେ ଛୋଟ ଡଙ୍ଗା ସାହାଯ୍ୟରେ ୪୫ଜଣଙ୍କୁ ଉଦ୍ଧାର କରିଥିଲେ  । ଖବର ପାଇ ପ୍ରଥମେ ବତିଘର ବନ ବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ୯ ଜଣଙ୍କର ଶବ ଉଦ୍ଧାର କରିଥିଲେ । ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଥିଲା ଗମନା ଗମନ ଅପହଞ୍ଚ ଯୋଗୁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚିବାକୁ ବିଳମ୍ବ ହୋଇଥିଲା ।

{"id":69936}

ଘଟଣା ସ୍ଥଳରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ଜିଲ୍ଲାପାଳ ଦାଶରଥି ଶତପଥୀ ,ଏସପି ନିତି ଶେଖର ପଂହଚି ଉଦ୍ଧାର କାର୍ଯ୍ୟକୁ ତ୍ବାରାନିତ କରିବା ସହ ଉଦ୍ଧାର ବ୍ୟକ୍ତିଙ୍କୁ ଖାଦ୍ୟ ସହ ଶୀତବସ୍ତ୍ର ପ୍ରଦାନ କରିଥିଲେ । ତେବେ ପର୍ଯ୍ୟଟନ ଋତୁରେ ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନ ମୁଣ୍ଡରେ ଚେତା ପଶୁନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.