ଫୋକସରେ କେନ୍ଦ୍ରାପଡା: କେରିଲୋ ପଞ୍ଚାୟତରେ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କ ସମ୍ମିଳନୀକୁ ବିରୋଧ କରି ବିଜେଡି କର୍ମୀଙ୍କ ସ୍ବାସ୍ଥ୍ୟମେଳା

Published By : Prameya-News7 Bureau | April 25, 2019 IST

ଭୁବନେଶ୍ବର୨୫|୪: ଫୋକସରେ କେନ୍ଦ୍ରାପଡା । ଯେମିତି ବି ହେଉ କେନ୍ଦ୍ରାପଡ଼ା ଜିତିବାକୁ ହେବ।  କଳ ବଳ କୌଶଳ ଲାଗିଲାଣି କେନ୍ଦ୍ରାପଡାରେ । ବିଜେଡି ଓ ବିଜେପି ଶିଙ୍ଗରେ ଶିଙ୍ଗ ଲଗାଇ ଲଢୁଛନ୍ତି। ଏବେଠୁ ବହୁ ହାଇପ୍ରୋଫାଇଲ ନେତା ଯେଉଁମାନଙ୍କର ନିର୍ବାଚନ ସରିଯାଇଛି ସେମାନେ କେନ୍ଦ୍ରାପଡାରେ ଡେରା ପକାଇବା ଆରମ୍ଭ କରିଦେଲେଣି । ଏମିତିକି ଆଜି ପ୍ରଚାର କାର୍ଯ୍ୟକ୍ରମକୁ ନେଇ ବିଜେଡି ଓ ବିଜେପି କର୍ମି ରାଜରାସ୍ତାରେ ଭିଡାଭିଡିର ଦୃଶ୍ୟ ବି ସାମ୍ନାକୁ ଆସିଲାଣି ।

{"id":107346}

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଞ୍ଚାୟତ ରେ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କ ସମ୍ମିଳନୀ ଥିଲା। ତେବେ ଏହାକୁ ବିରୋଧ କରି ବିଜେଡି କର୍ମୀ ମାନେ ପଡ଼ିଆରେ କାର୍ଯ୍ୟକ୍ରମ କୁ ବିରୋଧ କରି ପଡ଼ିଆରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲେ।

{"id":107342}

କେନ୍ଦ୍ରାପଡା ଜିଲ୍ଲା ରାଜନୀତିକୁ କରାୟତ କରିବାକୁ ଯେଉଁ ପ୍ରତିଯୋଗିତା ଚାଲିଛି ସେଥିରୁ ସ୍ପଷ୍ଟ ଯେ ମାମଲା କେବଳ କେଉଁଦଳ ଜିତିବ ସେତିକିରେ ଅଟକିନି  ବରଂ ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କୁ ବେସ୍ କରି ଏଥର ସେଠି ଦୁଇଦଳ ଗୋଟି ଚାଳନା କରୁଛନ୍ତି । ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚିଛି।  ତେଣୁ ଏବେ ବିଜେଡି ନିଶାନାରେ ଅଛନ୍ତି ବୈଜୟନ୍ତ ।

{"id":107347}

ପ୍ରତିଦିନ ବିଜେଡି ମିଥ୍ୟା ସତ୍ୟପାଠ ପ୍ରସଙ୍ଗକୁ ନେଇ ବୈଜୟନ୍ତଙ୍କୁ ଘେରୁଛି ତାଙ୍କର । ଆଜି ମଧ୍ୟ ଦଳ ବୈଜୟନ୍ତଙ୍କ ଇମ୍ଫା କଂପାନୀ ସହ କଣ ଲିଙ୍କ୍ ଅଛି ଏବଂ ସେ କିଭଳି କଂପାନୀର ଆର୍ଥିକ କାରବାର ବୁଝିବାକୁ ବୋର୍ଡ ଅଫ ଡାଇରେକ୍ଟରୁ କ୍ଷମତାପ୍ରାପ୍ତ ହୋଇଛନ୍ତି ତାର ତଥ୍ୟ ପ୍ରମାଣ ଦେଇଛି ଦଳ । ନିର୍ବାଚନ କମିଶନଙ୍କ ନିକଟରେ ଏସବୁ ଦସ୍ତାବିଜ୍ ଦେଖାଇ ବୈଜୟନ୍ତଙ୍କୁ ନିର୍ବାଚନରୁ ବାଦ୍ ଦେବାକୁ ଦଳ ଦାବି ବି କରୁଛି ।

{"id":107343}

ସେପଟେ ପାଟକୁରା ପାଇଁ ବିଜେଡିର କିଏ ପ୍ରାର୍ଥି ହେବ ସେନେଇ ବି ଛକାପଞ୍ଝା ତେଜିଲାଣି । କେତେବେଳେ ବେଦୁଙ୍କ ପୁଅଙ୍କୁ ଟିକେଟ ମିଳିବା କଥା ଉଠିଲାଣି ତ ଆଉ କେତେବେଳେ ଜିଲ୍ଲାର ଅନ୍ୟତମ ଟାଣୁଆନେତା ଅତନୁ ସବ୍ୟସାଚି ନାୟକଙ୍କ ଭାଇ କଥା ବି ସାମ୍ନାକୁ ଆସିଲାଣି ।

{"id":107348}

ଏହା ଭିତରେ ସେଠାରୁ ଦଳୀୟ ଟିକେଟ ପାଇଁ ଆଶାୟୀ ତେଜେଶ୍ବର ପରିଡା ବି ଲବି ଆରମ୍ଭ କରିଦେଲେଣି । ଲୋକସଭା ନିର୍ବାଚନ ପରେ ଯେହେତୁ ପାଟକୁରା ପାଇଁ ମେ-୧୯ରେ ନିର୍ବାଚନ ହେବ ସେଥିପାଇଁ ଏବେଠୁ ଭିଡାଭିଡି ଆରମ୍ଭ ହୋଇଗଲାଣି ।

{"id":107344}

ଯାହା ଲାଗୁଛି କେନ୍ଦ୍ରାପଡା ନିର୍ବାଚନ ଏଥର ପର୍ସନାଲ ଇଗୋର ଲଢେଇ ହେବାକୁ ଯାଉଛି । ଜଣାପଡିବ ବିଜେଡି ବୈଜୟନ୍ତକୁ ସଫଳ ହେଉଛି ନା ବୈଜୟନ୍ତ କେନ୍ଦ୍ରାପଡାରେ ବିଜୟ ବାନା ଉଡାଉଛନ୍ତି ।

{"id":107345}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.