ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୁରିଷ୍ଟ ବସ୍‌ ଦୁର୍ଘଟଣା ପ୍ରସଙ୍ଗରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କଳିଙ୍ଗା ଘାଟି ଦେଇ ଯିବନାହିଁ ଟୁରିଷ୍ଟ ବସ୍‌
  • ||
  • କେଦାରନାଥ ଯାତ୍ରାରେ ବାଧକ ସାଜିଛି ତୁଷାରପାତ, ବାରମ୍ବାର ଫସୁଛନ୍ତି ଯାତ୍ରୀ
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୧୨୪ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ କୋଭିଡ୍ ପଜିଟିଭ୍
  • ||
  • ରାଇରଙ୍ଗପୁର: ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍‌
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
  • ||

କେନ୍ଦ୍ରାପଡା ଡାକ୍ତରଖାନା ଭିତରେ ପାଣି ; ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ହିନସ୍ତା

3/09/2018 at 2:32 PM

କେନ୍ଦ୍ରାପଡା ୩/୯ : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରୁଛି ଏହି ରାସ୍ତା। ଟିକେ ଭଲ ଭାବରେ ଦେଖନ୍ତୁ କିଭଳି ରହିଛି ରାସ୍ତାର ଅବସ୍ଥା। ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି । କେଉଁଠି ଗୋଡ ଫସିଯିବାର ଭୟ ତ ଆଉ କେଉଁଠି ଗାଡି ଗଳି ପଡିବାର ଆଶଙ୍କା। ପୁଣି ରାସ୍ତା ସାରା ଜମି ରହିଛି ବର୍ଷ। ପାଣି । ବର୍ଷ।ପାଣି ଜମି ରହିବା ଯୋଗୁଁ କେଉଁଠି ଖାଲ ରହିଛି ଜାଣିବା ବି ମୁସ୍କିଲ। ଏମିତି ଅବସ୍ଥାରେ ରୋଗୀ ନେଇ ଗଲାବଳେ ରାସ୍ତାରେ ପଡି ପ୍ରାଣ ଚାଲିଯିବାର ଭୟ ମଧ୍ୟ ରହୁଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦୈନିକ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି । ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କୁ ନେବା ଆଣିବା କରୁଛନ୍ତି ଶତାଧିକ ଆମ୍ବୁଲାନ୍ସ। ଏହା ବ୍ୟତୀତ ବାଇକ୍ ଅଟୋ, ଏବଂ ଅନ୍ୟ ଚାରି ଚକିଆ ଯାନ ମଧ୍ୟ ଏହି ରାସ୍ତାରେ ଯାତାୟତ କରୁଛନ୍ତି । କିନ୍ତୁ ରାସ୍ତା ଦୂରାବସ୍ଥା ଏବେ ରୋଗୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
କେନ୍ଦ୍ରାପଡା ପୌରାଚଂଳର ୧୧ ନମ୍ବର ୱାର୍ଡରେ ରହିଛି ଜିଲ୍ଲାମୁଖ୍ୟ ଚିକିତ୍ସାଳୟ। ଏହି ମେଡିକାଲକୁ ସଂଯୋଗ କରୁଥିବା ୩ ଟି ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ। ମେଡିକାଲ ବ୍ୟତୀତ ଏଠାରେ ରହିଛି କେନ୍ଦ୍ରାପଡା ବାଳିକା ଉଚ୍ଚବିଦ୍ୟାଳୟ, ପଶୁ ଚିକିତ୍ସାଳୟ, ଚକ୍ଷୁ ଚିକିତ୍ସାଳୟ। କେବଳ ସେତିକି ନୁହେଁ ମେଡିକାଲ ନିକଟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କ୍ ମଧ୍ୟ ରହିଛି। ଏହି ରାସ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ କୋର୍ଟକୁ ମଧ୍ୟ ସଂଯୋଗ କରୁଛି। କିନ୍ତୁ ଏହାର ମରାମତି ପ୍ରତି କାହାର ନଜର ଯେମିତି ନାହିଁ। ରାସ୍ତାର ଦୂରାବସ୍ଥା ସମ୍ପର୍କରେ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଏହି ରାସ୍ତା ପାଇଁ ଅର୍ଥ ମଂଜୁରୀ ହୋଇଥିବା ସେ କହିଛନ୍ତି ।

   Related Posts