Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନଦୀ ଆଁ ରେ ଗାଁ ! ମାଡି ଆସୁଛି ହଂସୁଆ ନଦୀ

2/07/2018 at 6:15 AM

ମାଡି ଆସୁଛି ହଂସୁଆ ନଦୀ ଗ୍ରାସ କରୁଛି ଭିଟାମାଟିକୁ ରାଜନଗର ଡିଆପାରି ଗାଁର ୧୦ ବଖରାରୁ ଅଧତ୍କ ଘର ନଦୀ ଗର୍ଭକୁ ଚାଲିଯିବା ପରେ । ଆଗକୁ ବର୍ଷ। ଦିନ ଆସୁଥିବାରୁ ଚିନ୍ତାରେ ଡିଆପାରୀ ଗ୍ରାମବାସୀ ।
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ହେଡକ୍ଵାଟରକୁ ଲାଗି ହଂସୁଆ ନଦୀ କୂଳରେ ରହିଛି ଡିଆପାରି ଗାଁ । ଗାଁରେ ବସବାସ କରନ୍ତି ୬୦ଟି ହରିଜନ ପରିବାର । ବର୍ଷ ବର୍ଷ ଧରି ଗ୍ରାମବାସୀ ମାନେ ଏଠାରେ ରହିଆସୁଛନ୍ତି | ଏହି ସ୍ଥାନରେ କିନ୍ତୁ ଦାଉ ସାଯିଛି ହଂସୁ।ଆ ନଦୀ | ନଦୀ ଲହରୀ ମାଡରେ ପ୍ରାୟ ୫ ବର୍ଷ ହେବ ଅତଡା ଧସୁଛି । ଗୋଟେ ପରେ ଗୋଟେ ଘରକୁ ନଦୀ ତା ଗର୍ଭକୁ ନେଇଯାଇଛି । ଅନ୍ୟପଟେ ନଦୀରେ କମ୍ଭୀରେ ଚିନ୍ତା । ବେହୁସିଆର ହେଲେ କେତେବେଳେ କୁମ୍ଭୀର ମୁହଁରେ ଜିବନ ଯିବ ତାହା କିଏ କହିବ | ଏସବୁକୁ ଆଖି ଆଗରେ ରଖି କିଏ ଗଁ। ଛାଡୁଛି ତ କିଏ ନଚାହିଁଲେ ବି ଭିଟାମାଟି ହରାଉଛନ୍ତି । ଗ୍ରାମବାସୀ ପ୍ରଶାସନ ନିକଟରେ ମଧ୍ୟ ପଥରସ୍ପର ପ୍ୟାକିଙ୍ଗ ପାଇଁ ଦାବୀ କରିଆସୁଛନ୍ତି କିନ୍ତୁ ଫଳ ଶୂନ | ଆଗକୁ ବନ୍ୟା ବାତ୍ୟାର ସମୟ ଆସୁଥିବାରୁ ଚିନ୍ତାରେ ଗାଁର ୬୦ ପରିବାର ।
ଗତବର୍ଷ ଅତଡା ଖାଇବା ପରେ ତଟବନ୍ଧ ବିଭାଗର ଉଚ୍ଚ ପଦସ୍ଥ ଅଧତ୍କାରୀ ମାନେ ତୁହାକୁ ତୁହା ଗ୍ରସ୍ଥ କରି ସ୍ଥିତି ସମିକ୍ଷା ପରେ ତୁରନ୍ତ ପଥର ସ୍ପର କରାଯିବା ନେଇ ଗ୍ରାମବାସୀ ଙ୍କୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯୟକାରୀ ହୋଇ ନାହିଁ । ଏକ ମାସ ତଳେ ଜିଲ୍ଲାପାଳ ଗାଁକୁ ଗ୍ରସ୍ଥକରି ଅତରା ଧସୁଥିବା ସ୍ଥାନରେ ବର୍ଷ। ଦିନ ପୂର୍ବରୁ ପଥରସ୍ପର ହେବା ନେଇ ମଧ୍ୟ ପ୍ରତିଶୃତି ଦେଇଛନ୍ତି ।ଅନ୍ୟପଟେ ସ୍ଥାନୀୟ ତହସିଲଦାର କହିଛନ୍ତି ଯେ ପ୍ରସାସନ ଗ୍ରାମବାସୀ ଙ୍କୁ ଥଇଥାନ ପାଇଁ ତତ୍ପର ଅଛି ସେଥତ୍ପାଇଁ ସମସ୍ଥ ପ୍ରସ୍ଥୁତି ସରଛି
ଲଘୁଚାପ ବର୍ଷ। ଆରମ୍ଭ ହୋଇଥିବା ବେଳେ ୨ ଦିନ ତଳେ ଏକ ବିରାଟ ଗଛକୁ ନଦୀ ଟାଣିନେବା ପରେ ଚିନ୍ତାରେ ଗ୍ରାମବାସୀ । ତେବେ କେବେ ଡିଆପାରୀ ଗଁ।ର ଗ୍ରାମବାସୀ ଥଇଥାନ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା |

   Related Posts