Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

କେନ୍ଦ୍ରାପଡା ଚିତ୍ତ ରଞ୍ଜନ ହତ୍ୟାକାଣ୍ଡ ଘଟଣାରେ ପତ୍ନୀକୁ ଗିରଫ କରି ଚୁପ ବସିଛି ପୋଲିସ: ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି କଲେ ପରିବାର ଲୋକେ

17/02/2019 at 6:34 PM

କେନ୍ଦ୍ରାପଡା ୧୭/୨ : କେନ୍ଦ୍ରାପଡା ମନକରପୁର ଚିତ ରଂଜନ ପରିଡା ହତ୍ୟାକାଣ୍ଡ ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ଏହି ଘଟଣାରେ ମୃତ ଚିତରଂଜନଙ୍କ ପତ୍ନୀକୁ ଗିରଫ କରି ଚୁପ୍ ବସିଯାଇଛି । ତବେ ଘଟଣାରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତି ରହିଛି । ତେଣୁ ଅନ୍ୟ ଅଭିଯୁକ୍ତମାନଙ୍କୁ  ପୋଲିସ ଗିରଫ କରିବାକୁ ଦାବି କରିଛନ୍ତି ଚିତ୍ତ ରଂଜନଙ୍କ ପରିବାର ।

କେନ୍ଦ୍ରାପଡା ମନକରପୁରଠାରେ ଚିତ ରଂଜନ ପରିଡା ହତ୍ୟାକାଣ୍ଡ  ଘଟଣାରେ ଟାଳଟୁଳ ନୀତି ଆପଣଉଛି ପୋଲିସ । ଏମିତି କିଛି ଅଭିଯୋଗ କରିଛନ୍ତି ମୃତ ଚିତ୍ତରଂଜନଙ୍କ ପରିବାର ।  ହତ୍ୟାରେ ସମ୍ପୃକ୍ତି ଅଭିଯୋଗରେ  ମୃତ ଚିତ ରଂଜନଙ୍କ ପତ୍ନୀ ମୋନାଲିସା ଏବେ ଜେଲ୍ ରେ  । ହେଲେ ଅନ୍ୟ ସହଯୋଗୀମାନଙ୍କୁ କାହିଁକି ଗିରଫ କରୁନି ପୋଲିସ ?

ଚିତରଂଜନଙ୍କ ହତ୍ୟା ଘଟଣାରେ କେବଳ ପତ୍ନୀ ମୋନାଲିସା ନୁହଁନ୍ତି, ଅନ୍ୟ କେତେକଙ୍କ ସଂପୃକ୍ତି ମଧ୍ୟ ରହିଛି । ଘଟଣାସ୍ଥଳରୁ ମିଳିଥିବା ତଥ୍ୟ ପ୍ରମାଣରୁ ଏକାଧିକ ବ୍ୟକ୍ତି ସଂପୃକ୍ତି ନେଇ ତଥ୍ୟ ବି ରହିଛି । ତେଣୁ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ତ୍ରିଲୋଚନଙ୍କ ଭାଇ ।

ଗତ ଅକ୍ଟୋବର ୨୫ରେ  ମନକରପୁରରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତ ଚିତ ରଂଜନ ଜଣେ ବ୍ୟବସାୟୀ। ସେ ନିଜ ପତ୍ନୀ ମୋନାଲିସାଙ୍କ ସହ ମନକରପୁରଠାରେ ଘର ଭଡା ନେଇ ରହୁଥିଲେ । ପତି-ପତ୍ନୀଙ୍କ ଅନେକ ସମୟରେ ଝଗଡ଼ା ହୁଏ । ତେବେ ଘଟଣା ଦିନ କଣ ହୋଇଥିଲା କାହାକୁ ଜଣା ନାହିଁ । ହଠାତ ଚିତ ରଂଜନଙ୍କ ମୃତ୍ୟୁ ଖବର ପାଇ ବିଚଳିତ ହୋଇଗଲେ ତାଙ୍କ ପରିବାର ଲୋକେ ।  ପୋଷ୍ଟମର୍ଟମ୍ ରିପୋର୍ଟ ଆଧାରରେ ତଦନ୍ତ ହୋଇଛି । ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ ହେବ ବୋଲି କେନ୍ଦ୍ରାପଡା ଥାନା ଅଧିକାରୀ  କହିଛନ୍ତି । 

ପୋଲିସ ର ତଦନ୍ତ ପ୍ରକ୍ରିୟା ନେଇ ଅସନ୍ତୁଷ୍ଟ ମୃତକଙ୍କ ପରିବାର ଲୋକେ । ତେଣୁ ମୃତ ଚିତ ରଂଜନଙ୍କ ପରିବାର ଲୋକେ ଅଦାଲତର ଆଶ୍ରୟ ନେବେ ବୋଲି କହିଲେଣି ।

   Related Posts