କେନ୍ଦ୍ରାପଡା: ପ୍ରଚାର ମଇଦାନରେ ବିଜେପି ଓ କଂଗ୍ରେସ ଆଗୁଆ

Published By : Prameya-News7 Bureau | April 26, 2019 IST

କେନ୍ଦ୍ରାପଡା ୨୬|୪: ହାତରେ ଆଉ ମାତ୍ର ଦୁଇ ଦିନ । କେନ୍ଦ୍ରାପଡ଼ା ନିର୍ବାଚନ ଟ୍ରାକରେ ଅଣନିଶ୍ବାସୀ ହୋଇ ଧାଉଁଛନ୍ତି ପ୍ରାର୍ଥୀ । ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ପ୍ରାର୍ଥୀ । ପ୍ରଚାର ମୈଦାନରେ କଂଗ୍ରେସ ଓ ବିଜେପି ଢ଼େର ଆଗରେ ଥିବା ବେଳେ ଶାସକ ବିଜେଡି ପ୍ରାର୍ଥୀ ପ୍ରଚାର ଧୀମା ହୋଇଛି ।

{"id":107674}

କେନ୍ଦ୍ରାପଡ଼ାରେ ପ୍ରଚାର ଶେଷ ପର୍ଯ୍ୟାୟରେ । ଭୋଟ ଗୋଟାଇବାରେ ଲାଗିଛନ୍ତି ପ୍ରାର୍ଥୀ ।ସଭା ସମାବେଶ ପରେ ଏବେ ଡୋର ଟୁ ଡୋର କ୍ୟାମ୍ପେନ ଚାଲିଛି । ତେବେ ପ୍ରଚାର ମୈଦାନରେ ବିଜେଡିକୁ ପଛରେ ପକାଇଛନ୍ତି କଂଗ୍ରେସ ଓ ବିଜେପି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭୋଟରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ଗଣେଶ୍ବର ବେହେରା।

{"id":107676}

ଅଭିଜ୍ଞତାକୁ ପୁଞ୍ଜି କରି ଦୁଆର ଦୁଆର ବୁଲି ଲୋକଙ୍କ ନିକଟତର ହେଉଛନ୍ତି ଗଣେଶ୍ବର ।ସେହିପରି କଂଗ୍ରେସ ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକ ଷ୍ଟାର ପ୍ରଚାରକଙ୍କ ସହାୟତରେ ପ୍ରଚାର ଜୋରଦାର କରିଛନ୍ତି ।

{"id":107673}

କେନ୍ଦ୍ରାପଡ଼ା ଭୋଟରଙ୍କ ବେଶ ନିକଟତର ବିଜେପି ବିଧାୟକ ପ୍ରାର୍ଥୀ ସୁନାକର ବେହେରା ।୨୦୧୪ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିବା ସୁନାକରଙ୍କର ରହିଛି ପକେଟ ଭୋଟ । ତେବେ ମୋଦି କେନ୍ଦ୍ରାପଡ଼ାରେ ପ୍ରଚାର କରିବା ପରେ ବିଜେପି ସପକ୍ଷରେ ହାୱା ବୋଲି ସେ କହିଛନ୍ତି ।ବିଶେଷ କରି ଯୁବବର୍ଗ ଓ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଟାର୍ଗେଟ କରି ପ୍ରଚାର କରୁଛନ୍ତି ।

{"id":107677}

ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଭୋଟ ସୁନାକରଙ୍କ ଖାତାକୁ ଯିବାର ସମ୍ଭାବନା ନଥିବାରୁ କେନ୍ଦ୍ରାପଡ଼ା ବିଧାନସଭା ଦଖଲ କରିବାକୁ ବିଜେପି ମଧ୍ୟ ଆଶା ରଖିଛି ।

{"id":107678}

କେନ୍ଦ୍ରାପଡ଼ାରେ ଜୋରସୋର ପ୍ରଚାର କରୁଛନ୍ତି କଂଗ୍ରେସ ଓ ବିଜେପି ପ୍ରାର୍ଥୀ । କିନ୍ତୁ ଦଳୀୟ କର୍ମୀଙ୍କ ମଧ୍ୟରେ ସମନ୍ବୟ ରଖି ନପାରି ପ୍ରଚାର ମୈଦାନରେ ପଛରେ ପଡ଼ିଥିବା ବିଜେଡି ପ୍ରାର୍ଥୀ ଦଳୀୟ ଚିହ୍ନ ଓ ଦଳ ସୁପ୍ରିମୋଙ୍କ ଭରସାରେ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ବାନ୍ଧିଛନ୍ତି ।

{"id":107680}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.