Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

କେନ୍ଦ୍ରାପଡା ଡଙ୍ଗା ବୁଡି ଘଟଣାରେ ଲୋକଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରିଥିବା ଦୁଇ ଭଉଣୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

5/01/2019 at 9:15 PM



ଭୁବନେଶ୍ୱର ୫/୧ : କେନ୍ଦ୍ରାପଡା ଜିଲ୍ଲା ହୂଟିକୋଲା ଡଙ୍ଗା ବୁଡି ଘଟଣାରେ ଲୋକଙ୍କୁ ରକ୍ଷା କରିଥିବା ଦୁଇ ଭଉଣୀଙ୍କୁ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ସମ୍ବୋଧନ କରିବା ସହ ସ୍ମରାଢ଼ୀଟା କରିଛନ୍ତି | ବୁଧବାର ରାତିରେ ମହାନଦୀରେ ଡଙ୍ଗା ବୁଡି ଯାଇଥିବାବେଳେ ଏହି ଦୁଇ ଭଉଣୀ ସାହାସିକତା ଦେଖାଇ ଅନେକ ଲୋକଙ୍କୁ ପାଣିରୁ ଟାଣି ରକ୍ଷା କରିଥିଲେ |


ଦୁଇ ଭଉଣୀ ସସ୍ମିତା ଗିରି ଏବଂ ପୂର୍ଣ୍ଣିମା ଗିରିଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ସମ୍ବର୍ଦ୍ଧିତ କରି ଉଭୟଙ୍କ ସାହାସିକତା ବହୁତ ପ୍ରଶଂସା କରିଛନ୍ତି | ଏହାସହ ଉଭୟଙ୍କ ପାଠ ପଢା ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ବହନ କରିବେ ବୋଲି କହିଛନ୍ତି | ରାଜ୍ୟ ସରକାର ଉଭୟଙ୍କ ପାଠ ପଢାର ସମସ୍ତ ଖର୍ଚ୍ଚ ବହନ କରିବା ସହ ପୁରସ୍କାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି |

ସୂଚନାଯୋଗ୍ୟ ଯେ, ଡଂଗାବୁଡି ଖବର ପାଇ ପ୍ରଶାସନ ଘଟଣାସ୍ଥଳରେ ପହଂଚିବା ଆଗରୁ ଦେବଦୁତ ଭଳି ଉଦ୍ଧାରକାରୀ ପରି ସାଜି ଉଭା ହୋଇଥିଲେ ଦୁଇ କୁନି ଝିଅ | ବତୀଘର ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ବୁଡ୍ଢାବେବ ଗିରିଙ୍କ ଝିଅ ସବିତା ଗିରି ଏବଂ ଉତ୍ତମ ଗିରିଙ୍କ ଝିଅ ପୂର୍ଣ୍ଣିମା ଗିରି | ପ୍ରବଳ ଥଣ୍ଡା, ପ୍ରତିକୂଳ ପାଗକୁ ଖାତିର ନକରି ଉଦ୍ଧାର ଲାଗି ପହଂଚିଥିଲେ ନଦୀ କୂଳରେ | ଉଦ୍ଧାରକାରୀ ଦଳ ପହଁଚିଥିବା ଆଗରୁ ଅନେକ ଯାତ୍ରୀଙ୍କୁ ସେମ୍ନେ ସୁରକ୍ଷିତ ଭାବେ କୁଳକୁ ଆଣି ନିଆଁ ପୁଆଣିବାର ବ୍ୟବସ୍ଥା କରିଥିଲେ | ଡଙ୍ଗା ବୁଡିଗଲା ପରେ କିଛି ଯାତ୍ରୀ ପାଣିରେ ଉବୁଟୁବୁ ହେଉଥିବାବେଳେ ଆଉ କେତେଜଣ ପ୍ରାଣ ବିକଳରେ ଚିତ୍କାର କରୁଥିଲେ | ଏତିକିବେଳେ ପାଖରେ ରହୁଥିବା ବୁଦ୍ଧଦେବ ଗିରି ଓ ତାଙ୍କ ପରିବାର ସେମାନଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ |

   Related Posts