କେନ୍ଦ୍ରାପଡା ଡଂଗାବୁଡି ଘଟଣା : ଏ ଦୁଇ ନବମ ଶ୍ରେଣୀ ଛାତ୍ରୀ ଥିଲେ ସମସ୍ତଙ୍କ ପାଇଁ ଦେବଦୂତ, ପାଣିରେ ପଶି ବଞ୍ଚାଇଲେ ବହୁ ଜୀବନ

Published By : Prameya-News7 Bureau | January 04, 2019 IST

କେନ୍ଦ୍ରାପଡା ୪/୧ : ଡଂଗାବୁଡି ଖବର ପାଇ ପ୍ରଶାସନ ଘଟଣାସ୍ଥଳରେ ପହଂଚିବା ଆଗରୁ ଦେବଦୁତ ଭଳି ଉଦ୍ଧାରକାରୀ ପରି ସାଜି ଉଭା ହୋଇଥିଲେ ଦୁଇ କୁନି ଝିଅ | ବତୀଘର ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ବୁଡ୍ଢାବେବ ଗିରିଙ୍କ ଝିଅ ସବିତା ଗିରି ଏବଂ ଉତ୍ତମ ଗିରିଙ୍କ ଝିଅ ପୂର୍ଣ୍ଣିମା ଗିରି | ପ୍ରବଳ ଥଣ୍ଡା, ପ୍ରତିକୂଳ ପାଗକୁ ଖାତିର ନକରି ଉଦ୍ଧାର ଲାଗି ପହଂଚିଥିଲେ ନଦୀ କୂଳରେ | ଉଦ୍ଧାରକାରୀ ଦଳ ପହଁଚିଥିବା ଆଗରୁ ଅନେକ ଯାତ୍ରୀଙ୍କୁ ସେମ୍ନେ ସୁରକ୍ଷିତ ଭାବେ କୁଳକୁ ଆଣି ନିଆଁ ପୁଆଣିବାର ବ୍ୟବସ୍ଥା କରିଥିଲେ | ଡଙ୍ଗା ବୁଡିଗଲା ପରେ କିଛି ଯାତ୍ରୀ ପାଣିରେ ଉବୁଟୁବୁ ହେଉଥିବାବେଳେ ଆଉ କେତେଜଣ ପ୍ରାଣ ବିକଳରେ ଚିତ୍କାର କରୁଥିଲେ | ଏତିକିବେଳେ ପାଖରେ ରହୁଥିବା ବୁଦ୍ଧଦେବ ଗିରି ଓ ତାଙ୍କ ପରିବାର ସେମାନଙ୍କ ଚିତ୍କାର ଶୁଣିବାକୁ ପାଇଥିଲେ |

{"id":70374}

ସମୟ ସେତେବେଳକୁ ସନ୍ଧ୍ୟା ୬ଟା ୪୦ ହେବ | ଘରେ ଚା', ପକୁଡି ପ୍ରସ୍ତୁତ କରି ଖାଉଥିବାବେଳେ ଶୁଣି ପାରିଥିଲେ ଲୋକମାନଙ୍କର କାନ୍ଦଣା, ଚିତ୍କାର | କିହିଁ ଅଘଟଣ ଆଶଙ୍କା କରି ପହଁଚିଯାଇଥିଲେ ପୁରା ପରିବାର | ଟର୍ଚ୍ଚ ଲାଇଟ ପକାଇ ପ୍ରଥମେ ସବିତା ନଦୀକୁ ପଶି ଯାତ୍ରୀମାନଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଆରମ୍ଭ କରି ଦେଇଥିଲେ | କିଛି ସମୟ ପରେ ପାଖରେ ରହୁଥିବା ଉତ୍ତମ ଗିରି, ତାଙ୍କ ଝିଅ ପୁର୍ଣିମା ପତ୍ନୀ ବାସନ୍ତୀ ପହଂଚିଥିଲେ ସେଠାରେ | ତେବେ ଉଭୟ ସବିତା, ପୂର୍ଣ୍ଣିମା ସାହାସିକତା ଦେଖାଇ ପ୍ରଖର ସୁଅ ସତ୍ୱେ ପାଣିରେ ପଶି ଅନେକଙ୍କର ଜୀବନ ରକ୍ଷା କରିଥିଲେ | ସମସ୍ତଙ୍କୁ ସୁରକ୍ଷିତ ଭାବେ ନଦୀକୂଳକୁ ଆଣିଥିଲେ | ଶୀତୁଆ ଅନ୍ଧାର ରାତିରେ ଦୁଇ 'ପରୀ' ଙ୍କ ସାହାସିକତା, ମାନବିକତାର ଯେତେ ପ୍ରଶଂସା କଲେ କମ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି |

{"id":70375}

କେନ୍ଦ୍ରାପଡା ନିପାଣିଆ ଡଙ୍ଗା ବୁଡି ଅଘଟଣ ସମୟରେ ସବିତା ଗିରି ଓ ପୂର୍ଣ୍ଣିମା ଗିରି ସାହାସିକତା ଦେଖାଇଛନ୍ତି | ତାଙ୍କ ସାହସିକ ପଦକ୍ଷେପ ପାଇଁ ଅନେକ ଲୋକଙ୍କ ଜୀବନ ବଂଚିଛି | ସେମାନେ ଦୁଇ ଜଣ ହିଁ ଆମ ଓଡିଶାର ପ୍ରକୃତ ହିରୋ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି | ଉଭୟଙ୍କୁ ପ୍ରଶଂସା କରିବା ସହ ଯୁବ ଓଡିଶାର ସାହାସିକତା ଓ ମାନବିକତାକୁ ସେମାନେ ପ୍ରତିଫଳିତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

{"id":70377}

କେନ୍ଦ୍ରାପଡା ନିପାଣିଆ ଡଙ୍ଗା ବୁଡି ଘଟଣାରେ ସାହାସିକତା ପ୍ରଦର୍ଶନ କରିଥିବା ତିନି ଝିଅଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ| ଟ୍ୱିଟ କରି ଧର୍ମେନ୍ଦ୍ର କହିଛନ୍ତି ଯେ, ତିନି ଜଣ ଝିଅଙ୍କ ଅସୀମ ସାହସ ଯୋଗୁଁ ଅନେକଙ୍କ ଜୀବନ ବଂଚିଗଲା| ଏତେ ଛୋଟ ପିଲାଙ୍କର ବଡ ସାହସ ପାଇଁ ସେମାନେ ଧନ୍ୟବାଦର ପାତ୍ର|

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.