Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ! ସାମ୍ନାକୁ ଆସିଲା ମୋଦୀ-ଶାହଙ୍କ ବୈଠକର ଏଜେଣ୍ଡା, ଏହି ସବୁ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋରଦାର

12/06/2021 at 10:40 AM

ନୂଆଦିଲ୍ଲୀ,୧୨/୦୬: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀର ସମୀକ୍ଷା କରୁଛନ୍ତି । ସୂତ୍ରାନୁସାରେ, ଏବେସୁଦ୍ଧା ୨୪ ମନ୍ତ୍ରୀଙ୍କ କାର୍ଯ୍ୟର ସମୀକ୍ଷା ସରିଛି । ଅତିଶୀଘ୍ର ଅନ୍ୟ ସବୁ ମନ୍ତ୍ରୀଳୟର ସମୀକ୍ଷା ଶେଷ ହୋଇଯିବ । ମୋଦୀ ସରକାରରେ ଏବେ ୬୦ ମନ୍ତ୍ରୀ ଅଛନ୍ତି । ସମ୍ବିଧାନ ଅନୁସାରେ ୭୯ ଜଣ ମନ୍ତ୍ରୀ ରହିପାରିବେ । ଅନେକ ମନ୍ତ୍ରୀଙ୍କ ପାଖରେ ଦୁଇ ତିନୋଟି ମନ୍ତ୍ରାଳୟ ରହିଛି ।

ପ୍ରଧାନମନ୍ତ୍ରୀ ଏମିତି ମଧ୍ୟ ଅନେକ ସମୟରେ ମନ୍ତ୍ରୀ ଓ ସେମାନଙ୍କ କାର୍ଯ୍ୟର ସମୀକ୍ଷା କରିଥାନ୍ତି । କିନ୍ତୁ ଚଳିତ ଥର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହୋଇପାରେ ବୋଲି ସୂଚନା ମିଳୁଛି । ଶୁକ୍ରବାର ଏନେଇ ମୋଦୀ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି ।

ଗତ ୧ ବର୍ଷ ଧରି କରୋନା କାରଣରୁ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହୋଇନାହିଁ । କିନ୍ତୁ ଏବେ ନିଜ ଟିମ୍‌କୁ ବଢାଇବେ ମୋଦୀ । ଟିମ୍‌ରେ ଏବେ ୨୧ କ୍ୟାବିନେଟ୍, ୯ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧିନ) ଓ ୨୯ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । କିଛି ମନ୍ତ୍ରୀଙ୍କ ପାଖରେ ଏକାଧିକ ମନ୍ତ୍ରାଳୟ ରହିଛି । ସୂତ୍ରାନୁସାରେ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ, ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ଚର୍ଚ୍ଚାରେ ରହିଛି । ଓଡିଶାର ଜଣେ ପୂର୍ବତନ ସାଂସଦଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ଏହି ଦଳଡିଆଁ ନେତା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ । ଏବେ ସେ ଜୋରସୋରରେ ନିଜ ପାଇଁ ଲବି କରିବା ସହ ବିଜେପି କାର୍ଯାଳୟରେ ଚକ୍କର କାଟୁଛନ୍ତି । ଜେଡିୟୁର କିଛି ନେତା ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି । ବିଜେପିର କୌଣସି ସହଯୋଗୀ ଦଳର ସାଂସଦଙ୍କୁ ଗୋଟିଏ ହେଲେ କ୍ୟାବିନେଟ୍ ମନ୍ତ୍ରୀ ମିଳିନାହିଁ । କେବଳ ରିପବ୍ଲିକାନ୍ ପାର୍ଟିର ରାମଦାସ ଅଠଓ୍ୱାଲେ ରାଜ୍ୟମନ୍ତ୍ରୀ ଅଛନ୍ତି । ସଂପ୍ରସାରଣରେ କିଛି ସହଯୋଗୀ ଦଳଙ୍କୁ ସ୍ଥାନ ମିଳିପାରେ ।

ସୂତ୍ରାନୁସାରେ, ଚଳିତ ମାସର ଶେଷ କିମ୍ବା ଜୁଲାଇ ଆରମ୍ଭରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ । ମୋଦୀ ମଧ୍ୟ ଗତ କିଛିଦିନ ଧରି ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରୁଛନ୍ତି । ତେବେ କେଉଁ ନେତା ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ତାହା ଆଉ କିଛି ଦିନ ପରେ ଜଣାପଡିବ ।

   Related Posts