Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

କେନ୍ଦରା ବଜାଇ ଗୁଜୁରାଣ ମେଣ୍ଟାଉଥିଲେ, ଏବେ କଳାକାର ହୋଇ ଷ୍ଟୁଡିଓରେ ନିଜର ପ୍ରତିଭା ଦେଖାଇଲେ ୮୦ ବର୍ଷୀୟ ବୃଦ୍ଧ

29/11/2021 at 6:33 PM

ଗଞ୍ଜାମ ୨୯/୧୧ : କାହିଁ କେଉଁ ଆବାହମାନ କାଳରୁ କଳା ପାଇଁ ଏକ ସ୍ଵତନ୍ତ୍ର ନା ସୃଷ୍ଟି କରିପାରିଛି ଗଞ୍ଜାମ ଜିଲ୍ଲା । ପାରମ୍ପରିକ ଚିତ୍ରକଳା ଓ ଲୋକଗୀତ ଧିରେ ଧିରେ ଲୋପ ହୋଇଥିବା ବେଳେ କିଛି କଳାକାର ନିଜସ୍ଵ ପ୍ରଚେଷ୍ଟା ବଳରେ  ଏହିକଳାକୁ ବଞ୍ଚାଇବା ପାଇଁ ଅହରହ ଚେଷ୍ଟା କରନ୍ତି। ନିଜର କଳା ପ୍ରଦର୍ଶନ କରି ଏମାନେ ଅନ୍ୟମାନଙ୍କୁ ବେଶ୍ ପ୍ରେରଣା ଦେଇଥାନ୍ତି। ନିଜର କଳା ପ୍ରଦର୍ଶନ ପାଇଁ ବୟସ ମଧ୍ୟ ଆଜି ହାର ମାନିଛି। କୁକୁଡାଖଣ୍ଡି ଅଞ୍ଚଳର ପାହାଡିଆ ସାହିର ଜି. ଏରେୟ କେନ୍ଦରା ବଜାଇ ନିଜର ଗୁଜୁରାଣ ମେଣ୍ଟାନ୍ତି । ଏହି କେନ୍ଦରା ବଜାଇବା କଳା ସେ ତାଙ୍କ ପିତା ଜି. ଦଣ୍ଡାସି ଓ ମାତା ଜି. ସୀତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ ।

ଆଜି ୮୦ବର୍ଷ ବୟସରେ ମଧ୍ୟ ହାତରେ କେନ୍ଦରା ବଜାଇ ଖାଲି ପାଦରେ ଗାଁ ଗାଁ ବୁଲନ୍ତି। କେଂଦରା ବଜାଇବା ସମୟରେ ଜୁରାଣ, ରାମାୟଣ ଏବଂ ଜଗନ୍ନାଥ ସଂସ୍କୃତିକୁ ସେ ବେଶ୍ ସୁନ୍ଦର ଭାବେ ପରିବେଷଣ କରିପାରନ୍ତି। ଆଜି ପର୍ଯ୍ୟନ୍ତ କୌଣସି ମଞ୍ଚରେ ପରିବେଷଣ କରିବା ପାଇଁ ସୁଯୋଗ ଖଣ୍ଡେ ପାଇନାହାନ୍ତି। କେନ୍ଦରା ବଜାଇ ଗାଁ ଗାଁ ବୁଲି ସେ ବେଶ୍ ଆନନ୍ଦ ପାଅନ୍ତି ବୋଲି ମତ ପ୍ରକାଶ କରନ୍ତି। ଆଜି ପ୍ରଥମ ଥର ପାଇଁ ହିଞ୍ଜିଳିକାଟୁର ନୃତ୍ୟମ୍ ଷ୍ଟୁଡିଓରେ କେନ୍ଦରା ପରିବେଷଣ କରି ସେ ବେଶ୍ ଆନନ୍ଦ ଲାଭ କରିଛନ୍ତି। ସେ ପ୍ରଥମ ଥର ପାଇଁ କ୍ୟାମେରା ଆଗରେ ପରିବେଷଣ କରିବା ପାଇଁ ସୁଯୋଗ ପାଇଛନ୍ତି। ଏହି କଳାକାରଙ୍କୁ ଦିନେ ନୃତ୍ୟମ୍ ଏକ ସ୍ଵତନ୍ତ୍ର ପରିଚୟ ସହିତ ଏକ ସୁନ୍ଦର ମଞ୍ଚ ରେ ପରିବେଷଣ କରିବା ପାଇଁ ପ୍ରତିଶୃତି ଦେଇଛି।

   Related Posts