ହିଞ୍ଜିଳି ୦୫/୧୦: ହିଞ୍ଜିଳି ଥାନା ଗୋଦରାପୋଲ୍ଲୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଅଭିଯୋଗ । ମଧ୍ୟାହ୍ନ ସମୟରେ ଗୋଦରାପଲ୍ଲୀ ଓ ମୋହନପଲ୍ଲୀ ମଝି ରାସ୍ତା ୯ନମ୍ବର କେନାଲ ପାର୍ଶ୍ୱରେ ମୃତଦେହ ଭାସିବାର ଦେଖି ପାଇଥିଲେ ସ୍ଥାନୀୟ ଲୋକେ । ହିଂଜିଳି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ହିଂଜିଳି ଅଗ୍ନିଶମ ବିଭାଗ ସହାୟତା ରେ ମୃତଦେହଟିକୁ ଉଦ୍ଧାର କରିଥିଲା ।
wp:gallery {"ids":[522661],"linkTo":"none"} /wp:galleryପୋଲିସ ପଚାର ଉଚାର ପରେ ମୃତକଙ୍କ ପରିଚୟ ମିଳିଥିଲା । ମୃତକ ଜଣଙ୍କ ହେଲେ ଗୋଦରାପଲ୍ଲୀ ଗ୍ରାମର ପି ଧର୍ମା ରାଓ । ତାଙ୍କୁ କେହି ଦୁର୍ବୃତ୍ତ ଅଟୋ ସାହଯ୍ୟରେ ଉଠାଇ ଆଣି କାନ ଓ ମୁଁହକୁ ମାରି ମାରି ହତ୍ୟା କରିଛନ୍ତି ବୋଲି ପାଖରେ ଥିବା ବିଲରେ କାମ କରୁଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି । ଘଟଣା ସ୍ଥଳରେ ହିଂଜିଳି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।