କେନାଲରୁ ଗଳିତ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 05, 2020 IST

ତାଳଚେର୫/୮: ତାଳଚେର କେନାଲରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡିଛି। ସେ ତାଳଚେରରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ମିଳିଥିବା ସୂଚନା​‌ ମୁତାବକ, ଗତ ୩ ତାରିଖରୁ ସେ ନିଖୋଜ ଥିଲେ। ଗତକାଲି ୪ ତାରିଖ ତାଳଚେର ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି କଲା ପରେ ପାଇ ନଥିଲେ। କେନାଲରେ ଦଳ ଥିଲା ଏବଂ ପାଣି ମଧ୍ୟ ବହୁତ ଥିଲା। ଆଜି ସମଲ ବ୍ୟାରେଜରୁ କେନାଲକୁ ପାଣି ବନ୍ଦ କଲା ପରେ ଆଜି ଖୋଜାଖୋଜି କରିଥିଲେ। ଫଳରେ କିଛି ସମୟ ପୂର୍ବରୁ ତାର ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ସର୍ବେଶ୍ଵର ସ୍ବାଇଁ। ତାଙ୍କ ବୟସ ୨୭ ବର୍ଷ। ତାଳଚେର ପୋଲିସ ଶବ ଜବତ କରି ବିଭିନ୍ନ ଲୋକଙ୍କୁ ପଚାରାଉଚୁରା ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.