କେନାଲ ରୋଡରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

Published By : Prameya-News7 Bureau | June 26, 2020 IST

ଭୁବନେଶ୍ବର୫୨୬/୬: ଭୁବନେଶ୍ବରସ୍ଥିତ ନୀଳାଦ୍ରି ବିହାର କେନାଲ ରୋଡରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର। ତେବେ କିଏ ଓ କେଉଁ ପରିସ୍ଥିତିରେ ମୃତଦେହ ଏଠାରେ ଫିଙ୍ଗିଛି ତାହା ଜଣାପଡିନାହିଁ। ଘଟଣାସ୍ଥଳରେ ପୋଲିସ୍ ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣାରେ ସ୍ଥାନୀୟ ବାସିନ୍ଦାଙ୍କୁ ପୋଲିସ୍ ପଚରାଉଚାର ଜାର ରଖିଛି। କିନ୍ତୁ ପ୍ରଶ୍ନ ଉଠୁଛି, ରାଜ୍ୟର ବିଭିନ୍ନ ସ୍ଥାନରେ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର ହେଉଛି। କିନ୍ତୁ କିଛି ପରେ ପୁଣି ଏହି ଘଟଣା କୁଆଡ଼େ ଚପି ଯାଉଛି। ଯଦି ପୋଲିସ୍- ପ୍ରଶାସନ ପ୍ରକୃତ ଦୋଷୀଙ୍କୁ ଖୋଜି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ତେବେ ଏଭଳି କାର୍ଯ୍ୟ କରିବା ପୂର୍ବରୁ ସେମାନଙ୍କୁ ବହୁ ଚିନ୍ତା କରିବାକୁ ପଡନ୍ତା। ପୁଣି କେଉଁଠି କେଉଁଠି ବି ନବଜାତ ଶିଶୁକୁ ଛାଡ଼ି ଚାଲି ଯାଉଛନ୍ତି। ଏଭଳି ଲଜ୍ଜାଜନକ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.