କେନାଲରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ, ସଂପର୍କରେ ହେବେ ୨ ଭଉଣୀ

Published By : Prameya-News7 Bureau | September 03, 2020 IST

କଳାହାଣ୍ଡି୩/୯:  ଗାଧୋଇ ଯାଇଥିଲେ ଆଉ ଫେରିଲେନି ୨ ଭଉଣୀ। କଳାହାଣ୍ଡିର ଜୟପାଟଣା ବ୍ଲକର ଚାଚିଗୁଡାରେ ଏହି ହୃଦୟବିଦାର ଘଟଣା ଘଟିଛି। କେନାଲରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ୨ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ହୋଇଛି। ନାବାଳିକା ଦ୍ୱୟ ହେଲେ ଯଜ୍ଞସେନି ପୁଝରି ଓ ପ୍ରିୟଙ୍କା ପୁଝରି। ପଲିସ ଘଟଣାସ୍ଥଳରେ ପହଁଞ୍ଚି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.