ଭାରତୀୟ ବୈଜ୍ଞାନିକ ୟୁସୁଫ ହମିଦଙ୍କ ନାଁରେ ନାମିତ ହେଲା କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ
7/12/2020 at 5:06 PM

ନୂଆଦିଲ୍ଲୀ ୦୭/୧୨ : କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ମଙ୍ଗଳବାର ଏହାର ରସାୟନ ବିଜ୍ଞାନ ବିଭାଗକୁ ଭାରତୀୟ ଫାର୍ମାସ୍ୟୁଟିକାଲ୍ ପ୍ରମୁଖ ସିପ୍ଲାର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ୟୁସୁଫ୍ ହମିଦଙ୍କ ନାଁରେ ନାମିତ କରିବା ପାଇଁ ଘୋଷଣା କରିଛି । ତେବେ ଏହି ବିଭାଗର ନାଁ ୨୦୫୦ ଯାଏଁ ରହିବ ବୋଲି କେମ୍ବ୍ରିଜ୍ ୟୁନିଭରସିଟି ପକ୍ଷରୁ ସୂଚନା ଦିଆଯାଇଛି । ହମିଦ ହେଉଛନ୍ତି ଏହି କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ପୂର୍ବତନ ଆଲୁମିନସ । ରସାୟନ ବିଜ୍ଞାନ ଉଭୟ ଶିକ୍ଷାଦାନ ଏବଂ ଅନୁସନ୍ଧାନରେ ବିଶ୍ୱରେ ଅଗ୍ରଣୀ କରାଇଥିବାରୁ ତାଙ୍କ ଆଲମାକୁ ଏକ “ପରିବର୍ତ୍ତନଶୀଳ ଉପହାର” ଭାବେ ଅବିହିତ କରିଛି ।
ବିଶ୍ବର ବୃହତ ରସାୟନ ବିଜ୍ଞାନ ଏକାଡେମୀ ପାଇଁ ତାଙ୍କର ଦାନ ଅତୁଳନୀୟ ଏବଂ ତାଙ୍କର ମାର୍ଗଦର୍ଶନ ପ୍ରତିଭାମାନଙ୍କୁ ଆକର୍ଷିତ କରେ । ଯେଉଁଥିରେ ସିନ୍ଥେଟିକ୍ ଜୈବିକ ରସାୟନ ଏବଂ ବ୍ରିଟେନର ଡକ୍ଟରାଲ୍ ଛାତ୍ରମାନଙ୍କ ମଧ୍ୟରେ ନୂତନ ହେମିଡ୍ ସ୍କୋଲାର୍ ପ୍ରୋଗ୍ରାମ୍ ମାଧ୍ୟମରେ ପ୍ରାଥମିକ ବୃତ୍ତି ଅନୁସନ୍ଧାନକାରୀ ଅନ୍ତର୍ଭୁକ୍ତ । ଏହି ବିଭାଗ ୟୁସୁଫ୍ ହମିଦ୍ ରସାୟନ ବିଭାଗ ଭାବରେ ଜଣାଶୁଣା ।
ତେବେ ଏପରି ସମ୍ମାନ ପାଇବା ପରେ ୟୁସୁଫ୍ ହମିଦ୍ କହିଛନ୍ତି ଯେ, ‘କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ରସାୟନ ବିଜ୍ଞାନ ଅଧ୍ୟୟନ ପାଇଁ ମୋତେ ସୁଯୋଗ ମିଳିଛି । ତା ସହିତ ଏହା ମୋତେ ଶିକ୍ଷାଦାନ କରିଛି ସମାଜରେ କିପରି ବଞ୍ଚିବାକୁ ହେବ ଏବଂ ସମାଜ ପ୍ରତି ନିଜର କର୍ତ୍ତବ୍ୟ ପ୍ରତିପାଦନ କରିବା ’।
ହମିଦ୍ ବିଗତ ୬୬ ବର୍ଷ ହେଲା ୟୁକେ ବିଶ୍ବବିଦ୍ୟାଳୟ ସହିତ ଜଡିତ ଅଛନ୍ତି । ସେ ବିଭିନ୍ନ ସମ୍ମାନରେ ସମ୍ମାନୀତ ମଧ୍ୟ ହୋଇଛନ୍ତି । ୨୦୦୫ ମସିହାରେ ସେ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନୀତ ହୋଇଥିଲେ । ୨୦୧୨ ମସିହାରେ ରୋୟାଲ ସୋସାଇଟି ସମ୍ମାନ ଏବଂ ୨୦୧୪ ମସିହାରେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ୍ ସମ୍ମାନରେ ସମ୍ମାନୀତ ହୋଇଥିଲେ ।