Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଭାରତ ବଜାରରେ କେଲ୍‌ଭିନେଟର ହୋମ୍ ଆପ୍ଲାଏନ୍ସେସ୍‌, ରହିଛି ବିଭିନ୍ନ ସାମଗ୍ରୀର ସମ୍ଭାର, କମ୍ ମୂଲ୍ୟରେ ମିଳୁଛି ଅନେକ ସୁବିଧା

18/11/2020 at 6:59 PM

ମୁମ୍ବାଇ / ଭୁବନେଶ୍ୱର ୧୮।୧୧: କେଲଭିନେଟର, ହୋମ୍ ଆପ୍ଲାଏନ୍ସେସ୍ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନାମ ଓ ବ୍ରାଣ୍ଡ । ଏହାର ଉତ୍ପାଦ ବିଶ୍ୱାସ, ଗୁଣମାନ, ଦୀର୍ଘସ୍ଥାୟୀତ୍ୱ ଓ କାର୍ଯ୍ୟଦକ୍ଷତାର ପରିଚୟ ଅଟେ । ଏହି କମ୍ପାନୀ ବ୍ୟାପକ ଶ୍ରେଣୀୟ କଞ୍ଜ୍ୟୁମର ଡ୍ୟୁରେବଲ୍ ଯଥା ଏୟାର-କଣ୍ଡିସନର, ରେଫ୍ରିଜରେଟର, ୱାସିଂ ମେସିନ୍ ଓ କ୍ଷୁଦ୍ର ଗୃହ ଉପକରଣ ସମ୍ଭାର ସହ ଭାରତରେ ନିଜର କାରବାର ଶୁଭାରମ୍ଭ କରିଛି। ଏହି ଉତ୍ପାଦ ଗୁଡ଼ିକ ଉଭୟ ରେଗୁଲାର ଓ ପ୍ରିମିୟମ ରେଞ୍ଜରେ ଉପଲବ୍ଧ ଏବଂ ଏହା ସମସ୍ତ ପ୍ରକାର ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରି ପାରିବ।

ବ୍ରାଣ୍ଡର ଟ୍ୟାଗଲାଇନ୍ “ରେଡି ଫର ଏନିଥିଂ” କୁ ବାସ୍ତବରେ ପ୍ରତିପାଦିତ କରୁଥିବା କେଲଭିନେଟର ସାମଗ୍ରୀ ଗୁଡ଼ିକ ଦୀର୍ଘସ୍ଥାୟୀ ଓ ବିଶ୍ୱସନୀୟ ଅଟେ। ଏହା ଗ୍ରାହକଙ୍କୁ ଆକର୍ଷିତ କରିବା ସହିତ ସଠିକ୍ ଦରରେ ଉପଯୁକ୍ତ ସାମଗ୍ରୀ ଉପଲବ୍ଧ କରାଇଥାଏ। ଏହି କାରଣରୁ ଏହା ଭାରତୀୟ ମାନଙ୍କର ଏକ ପସନ୍ଦର ବ୍ରାଣ୍ଡ ରହିଆସିଛି । ଏହି ଉତ୍ପାଦଗୁଡ଼ିକୁ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତା ଓ ପରିବର୍ତିତ ରୂପରେଖ ଅନୁସାରେ ପ୍ରସ୍ତୁତ କରାଯାଇଛି ।

କେଲ୍‌ଭିନେଟର ଏହାର ଉତ୍ପାଦଗୁଡିକର ନୂତନତ୍ଵ ପ୍ରଦାନ କରିବାର ଦକ୍ଷତା ପାଇଁ ବିଶ୍ୱପ୍ରସିଦ୍ଧ । ଏହାର ଗୃହ ଉପକରଣ ଭାରତୀୟ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି । ଏଥିରେ ରହିଛି ଅନେକ ନୂତନ ବୈଶିଷ୍ଟ୍ୟ ଓ ଖୁବ୍ କମ୍ ମୂଲ୍ୟରେ ଏହି ସବୁ ସୁବିଧା ପ୍ରଦାନ କରାଯାଉଛି ।

ଏଠାରେ ଆମେ କିଛି ସ୍ୱତନ୍ତ୍ର ଅଫର ବିଷୟରେ ଜାଣିବା :

– କେଲ୍‌ଭିନେଟର ଡାଇରେକ୍ଟ କୁଲ୍ – ଭାରତର ପ୍ରଥମ ଏକକ (ସିଙ୍ଗିଲ୍‌) ଡୋର ଫ୍ରିଜ୍ ଯେଉଁଥିରେ

       ରହିଛି ଫ୍ରଣ୍ଟ ୱାଟର ଡିସ୍‌ପେନ୍‌ସନର

– ପ୍ରିମିୟମ ସାଇଡ-ବାଇ-ସାଇଡ୍ ରେଫ୍ରିଜରେଟର ସମ୍ଭାର, ସର୍ବାଧିକ ଷ୍ଟୋରେଜ୍ କ୍ଷମତା ସହିତ

୯୬୦ ଘଣ୍ଟାର ନନ୍‌-ଷ୍ଟପ୍ କୁଲିଂ ପାଇଁ  ଏସି ସମ୍ଭାର

– ଫ୍ରଣ୍ଟ ଲୋଡ୍ ୱାସିଂ ମେସିନ୍ ଯେଉଁଥିରେ ରହିଛି “ଆଡ୍ ଗାର୍‌ମେଂଟ” ବୈଶିଷ୍ଟ୍ୟ – ଏହାଦ୍ୱାରା ୟୁଜର ସଫା କରିବା ମଝିରେ ମଧ୍ୟ ପୋଷାକ ପକାଇ ପାରିବେ ।

– ୫-ଷ୍ଟାର ସେମି ଅଟୋମେଟିକ୍ ୱାସିଂ ମେସିନ୍ – ଏହା ଗ୍ରାହକଙ୍କର ଉଭୟ ବିଜୁଳି ଓ ପାଣି ଖର୍ଚ୍ଚକୁ କମ୍ କରିଥାଏ ।

କେଲ୍‌ଭିନେଟର ଉପକରଣଗୁଡ଼ିକ ସାରା ଭାରତରେ ବ୍ୟାପକ ବିତରଣ ନେଟୱର୍କ, ବଡ଼ ଫର୍ମାଟ୍ ଷ୍ଟୋର ଓ ଆଧୁନିକ ରିଟେଲ ଆଉଟଲେଟ୍ ଜରିଆରେ ଉପଲବ୍ଧ ହୋଇଛି । ଗ୍ରାହକମାନେ ସେମାନଙ୍କର ନିକଟତମ ଷ୍ଟୋରକୁ ଯାଇ କେଲ୍‌ଭିନେଟର ଉତ୍ପାଦକୁ କ୍ରୟ କରିପାରିବେ ବା ଅଗ୍ରଣୀ ରିଟେଲରଙ୍କ ୱେବସାଇଟ୍ ଜରିଆରେ ମଧ୍ୟ ଏହା କିଣିପାରିବେ।

ଇନଷ୍ଟାଲେସନ ଓ ସର୍ଭିସ୍ ସହାୟତା ପାଇଁ ଗ୍ରାହକମାନେ କେଲ୍‌ଭିନେଟରର ବ୍ୟାପକ ସର୍ଭିସ୍ ନେଟୱର୍କର ସୁବିଧା ପାଇପାରିବେ। ଏହା ସାରା ଭାରତରେ ୧୫୦ରୁ ଉର୍ଦ୍ଧ୍ୱ ସ୍ଥାନରେ ୧୮୭ ଟି ସର୍ଭିସ୍ ସେଂଟର ଜରିଆରେ ବର୍ଷର ୩୬୫ ଦିନ ଉପଲବ୍ଧ ଅଟେ ।

କେଲ୍‌ଭିନେଟର ଇଣ୍ଡିଆ

କେଲ୍‌ଭିନେଟର ଉପକରଣ ଭାରତରେ ସ୍ୱତନ୍ତ୍ର ଭାବରେ ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ଦ୍ୱାରା ବ୍ୟବସାୟ କରାଯାଉଛି । କେଲ୍‌ଭିନେଟର ହେଉଛି ଇଲେକ୍‌ଟ୍ରୋଲକ୍ସ ହୋମ୍ ପ୍ରଡକ୍ଟ, ଆଇଏନସିର ପଞ୍ଜୀକୃତ ଟ୍ରେଡମାର୍କ ଓ ଏହା ରିଲାଏନ୍ସ ରିଟେଲ୍ ଲିମିଟେଡ୍ ଦ୍ୱାରା ଇଲେକ୍‌ଟ୍ରୋଲକ୍ସ ହୋମ୍ ପ୍ରଡକ୍ଟ, ଆଇଏନସିର ଲାଇସେନ୍ସ ଅଧୀନରେ ବ୍ୟବହାର କରାଯାଉଛି।

   Related Posts